ଆଜି ହେଉଛି ଆନ୍ତର୍ଜାତୀୟ ଚା’ ଦିବସ: ଉତ୍ତମ ସ୍ୱାଦ ସହିତ ଆପଣଙ୍କ ଇମ୍ୟୁନିଟି ମଧ୍ୟ ବଢ଼ାଏ କପେ ଚା’

ଓଡ଼ିଶା ଭାସ୍କର ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ଚା’ର ମହତ୍ତ୍ୱ ଖୁବ୍ ଅଧିକ । ଅଫିସ୍ ରେ ଯେତେବେଳେ ଟିକେ ଅଧିକ କାମ ପ୍ରେସର୍ ହୋଇଯାଏ ସେତେବେଳର ସେହି କ୍ଲାନ୍ତିକୁ ଦୂର କରିବାକୁ ଆମେ କପେ ଚା’ ପିଇଥାଉ । ଆଉ ସେହି କପେ ଚା’ ମାଇଣ୍ଡ୍ କୁ ଏକଦମ୍ ଫ୍ରେସ୍ କରିଦିଏ । ଖାଲି ଅଫିସ୍ କାହିଁକି ସାଙ୍ଗମାନଙ୍କ ସହ ଖଟି ଠାରୁ ଆରମ୍ଭ କରି ବର୍ଷାର କୋହଲା ପାଗକୁ ମନ ଭରି ଉପଭୋଗ କରିବା ପର୍ଯ୍ୟନ୍ତ ସବୁ ସମୟରେ ଆମେ କପେ ଚା’ ଲୋଡିଥାଉ । ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କର ସମୟ ଅନୁସାରେ କପେ ଚା’ ନହେଲେ ଦିନ ଚାଲେନି । ସେହି ଭଳି ଲୋକମାନଙ୍କ ପାଇଁ ଆଜି ହେଉଛି ଖାସ୍ ଦିନ । ମେ ୨୧ ତାରିଖକୁ ଆମେ ଆନ୍ତର୍ଜାତୀୟ ଚା’ ଦିବସ ପାଳନ କରୁ ।

ତେବେ ଏହି ଚା’ ଆମର ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ବିଭିନ୍ନ ସମୟରେ ଆମ ପେଟରେ ଗ୍ୟାସ୍ ବା ଏସିଡିଟି ପରି ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ହର୍ବାଲ୍ ଚା’ ବେଶ୍ ଗୁଣରେ ଉପଯୋଗୀ । ଗ୍ୟାସ୍ ବା ଏସିଡିଟି ବ୍ୟତୀତ ଏହା ଶରୀରର ଅନେକ ଗୁଡିଏ ରୋଗପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ହର୍ବାଲ ଚା’ ବିଷୟରେ ।

ପୁଦିନା ଚା’

ମିଣ୍ଟ ବା ପୁଦିନା ଫ୍ଲେବର୍ ଖୁବ୍ ଆମ ଶରୀର ପାଇଁ ବେଶ୍ ଉପକାରୀ । ଏହା ପାଚନ ତନ୍ତ୍ର ସହିତ ଜଡିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ପୁଦିନା ଚା’ ପତିରେ ଆଣ୍ଟିସ୍ପାସମୋଡିକ୍ ଗୁଣ ଥାଏ । ଯାହା ଆମକୁ ମାଂସପେଶୀ କଷ୍ଟ ଏବଂ ପେଟରେ ହେଉଥିବା ଯନ୍ତ୍ରଣାରୁ ଆରାମ ଦେବାରେ ସହାୟକ ହୋଇଥାଏ ।

ଅଦା ଚା’

ଅଦା ପେଟଜନିତ ରୋଗକୁ ଦୂର କରିବାରେ ସବୁଠାରୁ ଭଲ ଉପାୟ । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଅନେକ ଲୋକଙ୍କ ଠାରେ ପେଟ ଫୁଲିବା କିମ୍ବା ଲୁଜ୍ ମୋସନ୍ ଭଳି ସମସ୍ୟା ରହିଥାଏ । ତେଣୁ ସେମାନେ ଏଥିରୁ ମୁକ୍ତି ପାଇବା ପାଇଁ ଅଦାର ବ୍ୟବହାର କରିଥାନ୍ତି । ଅଦାରେ ଜିଞ୍ଜରୋଲ୍ ନାମରେ ଏକ ବାୟୋଆକ୍ଟିଭ୍ କମ୍ପାଉଣ୍ଡ ରହିଥାଏ ଯାହା ପେଟ ଫୁଲିବା କିମ୍ବା ପେଟ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ହଳଦୀ ଚା’

ଯେତେବେଳେ ବି ପାଚନ ତନ୍ତ୍ର ସହ ଜଡିତ ସମସ୍ୟା କଥା ଆସେ ସେଥିରୁ ମୁକ୍ତି ପାଇବା ପାଇଁ ହଳଦୀର ପ୍ରଥମ ଆଲୋଚନା କରାଯାଏ । ହଳଦୀରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ ଯେଉଁଥିପାଇଁ ବିଭିନ୍ନ ପ୍ରକାରର ରୋଗ ପାଇଁ ଏହାକୁ ପ୍ରଥମେ ବ୍ୟବହାର କରାଯାଏ । ତେଣୁ ହଳଦୀ ମିଶ୍ରିିତ ଚା’ ଶରୀର ପାଇଁ ଖୁବ୍ ଉପଯୋଗୀ ।