fbpx

ବିନା ଅସ୍ତ୍ରରେ ଥିଲେ ମହିଳା, ତଥାପି ଡରିଗଲେ ତାଲିବାନି; ତାପରେ କଲେ ଏମିତି କାମ

କାବୁଲ: ଆଫଗାନିସ୍ତାନରେ ମହିଳା ଓ ପୁରୁଷ ମିଶି ପାକିସ୍ତାନୀ ବିରୋଧୀ ଆନ୍ଦୋଳନ ଜାରି ରଖିଛନ୍ତି । କାବୁଲରେ କିଛି ଦିନ ହେବ ରାଜଧାନୀ କାବୁଲରେ ଅନେକ ସଂଖ୍ୟାରେ ଆଫଗାନୀ ନାଗରିକ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ତେଣୁ ଏହାକୁ ବିରୋଧ କରିବାକୁ ଯାଇ ଏବେ ତାଲିବାନୀ ମାନେ କାବୁଲରେ ଇଣ୍ଟରନେଟ୍ କନେକ୍ସନ୍ କୁ ବନ୍ଦ ରଖିଛନ୍ତି । ଖାଲି ସେତିକି ନୂହେଁ ବିରୋଧ ପ୍ରଦର୍ଶନ କରିବା ଦିନ ତାଲିବାନି ମାନେ ଆଫଗାନୀ ନାଗରିକଙ୍କ ଉପରେ ଗୁଳି ମଧ୍ୟ ଚଳାଇଥିଲେ । ଯେଉଁଥିରେ ମହିଳାଙ୍କ ସମେତ ଅନେକ ଆହତ ହୋଇଥିଲେ ।

ସୂଚନା ଅନୁସାରେ, ଇସଲାମିକ୍ ଆତଙ୍କବାଦୀ ସମୂହ ଅଞ୍ଚଳରେ ଭିଡ ରୋକିବାକୁ ଇଣ୍ଟରନେଟ୍ କନେକ୍ସନ୍ କାଟି ଦିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ତାଲିବାନି ମାନେ ସୋସିଆଲ ମିଡିଆରେ ସୂଚନା ପ୍ରସାରକୁ ଭୟ କରୁଛନ୍ତି ତେଣୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଛନ୍ତି । ତେବେ ଏହି ସପ୍ତାହ ଆରମ୍ଭରୁ କାବୁଲରେ ଅନେକ ସଂଖ୍ୟାରେ ମହିଳାଙ୍କ ସମେତ ଆଫଗାନ୍ ନାଗରିକ ମାନେ ତାଲିବାନ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ।

Get real time updates directly on you device, subscribe now.