We Love Rishabh Pant… ଦେଖନ୍ତୁ (Video) ଭଙ୍ଗା ପାଦରେ ବ୍ୟାଟିଂ କରିବାକୁ ଆସିଲେ ପନ୍ତ, କମ୍ପିଲା ମାଞ୍ଚେଷ୍ଟର ଷ୍ଟାଡିୟମ୍
କମ୍ପିଲା ମାଞ୍ଚଷ୍ଟର ଷ୍ଟାଡିୟମ । ହୃଦୟ ଜିତିଲେ ପନ୍ତ ।
ଇଂଲଣ୍ଡ: ଭଙ୍ଗା ପାଦରେ ଆହତ ହୋଇ ବି ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ଋଷଭ ପନ୍ତ । ଯାହାକୁ ଦେଖିବା ପରେ ମାଞ୍ଚେଷ୍ଟ ଷ୍ଟାଡିୟମ୍ ଫ୍ୟାନ୍ସଙ୍କ ଚିତ୍କାରରେ ପ୍ରକମ୍ପିତ ହୋଇଛି ।
ମାଞ୍ଚେଷ୍ଟରରେ ମ୍ୟାଚ୍ ଆରମ୍ଭରୁ ପନ୍ତ ଆହତ ହୋଇଥିଲେ । ମାତ୍ର ୩୭ ରନ୍ ସଂଗ୍ରହ କରିଥିବାବେଳେ ପନ୍ତ ଆହତ ହୋଇଯାଇଥିଲେ । ଯାହାପରେ ତାଙ୍କୁ ମଇଦାନ ଛାଡ଼ିବାକୁ ପଡ଼ିଥିଲା ।
ଇଂଲଣ୍ଡ ପ୍ଲେୟର କ୍ରିସ୍ ଓକ୍ସ ରିଭର୍ସ ବୋଲିଂ କରିଥିବାବେଳେ ବଲଟି ପନ୍ତଙ୍କ ଡାହାଣ ଜୋତାରେ ପିଟି ହୋଇଥିଲା । ଯାହାଫଳରେ ତାଙ୍କ ଗଭୀର ଆଘାତ ଲାଗିଥିଲା ।
ମାଞ୍ଚେଷ୍ଟରରେ ଇଂଲଣ୍ଡ- ଭାରତ ମଧ୍ୟରେ ୪ର୍ଥ ମ୍ୟାଚ ଚାଲିଥିବାବେଳେ ମାତ୍ର ୪୧ ରନ୍ କରି ସାର୍ଦୁଲ ଆଉଟ୍ ହେବା ପରେ ଭାଇସ କ୍ୟାପ୍ଟେନ୍ ପନ୍ତ ବ୍ୟାଟିଂ ଭାର ନିଜ କାନ୍ଧକୁ ନେଇଥିଲେ ।
ପନ୍ତ ପ୍ରସ୍ତୁତ ହୋଇ ମଇଦାନକୁ ଓହ୍ଲାଉଥିବାବେଳେ ଭାରତୀୟ ଫ୍ୟାନ୍ସ ତାଙ୍କୁ ଉତ୍ସାହିତ କରିଥିଲେ । କମେଣ୍ଟ୍ରି କରୁଥିବା ସୁନୀଲ ଗାଭାସ୍କର ମଧ୍ୟ ପନ୍ତଙ୍କ ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି, ଏହା ଦର୍ଶାଉଛି ଯେ, ଭାରତ ପାଇଁ ଖେଳିବାର ଅର୍ଥ କ’ଣ,ଯାହା ନିହାତିପକ୍ଷେ ପ୍ରଶଂସନୀୟ । ଆବଶ୍ୟକ ପଡ଼ିଲେ ପନ୍ତ ମଇଦାନକୁ ଓହ୍ଲାଇ ବ୍ୟାଟିଂ କରିବେ ବୋଲି ଗୁରୁବାର ବିସିସିଆଇ ପକ୍ଷରୁ ସ୍ପଷ୍ଠୀକରଣ ଦିଆଯାଇଥିଲା ।
Rishabh Pant is hobbling out to a standing ovation from the Old Trafford crowd! 🤯 pic.twitter.com/I1vZ1MLR16
— Sky Sports Cricket (@SkyCricket) July 24, 2025