fbpx

ବାତ୍ୟା ‘ୟଶ୍’: ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆଇଏନଏସ୍ ଚିଲିକା ପକ୍ଷରୁ ପ୍ରସ୍ତୁତି

Advertisement

ଭୁବନେଶ୍ୱର, (ଓଡିଶା ଭାସ୍କର): ଭୟଙ୍କର ସାମୁଦ୍ରିକ ଝଡ଼ ‘ୟଶ୍’କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଏକପ୍ରକାର ଆଶଙ୍କା ସୃଷ୍ଟି ହୋଇଛି । ବାତ୍ୟା ଆଜି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ମଧ୍ୟଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହି ସମୟରେ ଭାରତୀୟ ନୌସେନା ପକ୍ଷରୁ ସହଯୋଗ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଖୋର୍ଦ୍ଧା ଠାରେ ଆଇଏନଏସ ଚିଲିକା ପକ୍ଷରୁ ବାତ୍ୟା ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ବିଶାଖାପଟନମରେ ଥିବା ପୂର୍ବାଞ୍ଚଳ ନାଭାଲ କମାଣ୍ଡ ମୁଖ୍ୟାଳୟ ଓ ରାଜ୍ୟର ସରକାରୀ ଏଜେନ୍ସିଗୁଡ଼ିକର ସହଯୋଗରେ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏଥିପାଇଁ ଏକ ୨୪ ଘଣ୍ଟିଆ ମନିଟରିଂ ଟିମ୍ ଗଠନ କରାଯାଇଛି, ଯାହାକି ଗତ ସୋମବାରଠାରୁ କାର୍ଯ୍ୟ ଆରମ୍ଭ କରିଦେଇଛି ।

ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ହଜାର ହଜାର ଲୋକଙ୍କ ପାଇଁ ରିଲିଫ୍ ଓ ରୋଷେଇ ସାମଗ୍ରୀ ପ୍ରସ୍ତୁତ ହୋଇ ରହିଛି । ଓଡ଼ିଶାର ଦାୟିତ୍ୱରେ ଥିବା ନାଭାଲା ଅଫିସର ଗୋପାଳପୁର, ପାରାଦୀପ, ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନୌସେନା ଜାହାଜ ପ୍ରସ୍ତୁତ ରଖିଛନ୍ତି । ନୌସେନା ଓ ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା ନେଇ ଆଇଏନଏସ ଚିଲିକା ସହଯୋଗ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.