fbpx

INS ସୁମିତ୍ରାର ପରାକ୍ରମ: ୨୪ ଘଣ୍ଟାରେ ୨ଟି ଜାହାଜ ଉଦ୍ଧାର, ୧୯ ଜଣ ପାକିସ୍ତାନୀଙ୍କ ରେସ୍କ୍ୟୁ ଅପରେସନ୍ ସଫଳ

ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ନୌସେନାର ପରାକ୍ରମ ଦେଖିବାକୁ ମିଳିଛି । ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ୨ଟି ଜାହାଜକୁ ସାମୁଦ୍ରିକ ଲୁଟେରାଙ୍କ ଠାରୁ ରକ୍ଷା କରିଥିବାର ସୂଚନା ମିଳିଛି । ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟ ଇରାନୀୟ ଜାହାଜରୁ ୧୭ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଭାରତୀୟ ନୌସେନା ପକ୍ଷରୁ ଜାନୁଆରୀ ୨୮ ଓ ୨୯ରେ ଆରବ ସାଗରରେ ୨ଟି ଜାହାଜକୁ ହାଇଜ୍ୟାକ୍ ହେବାରୁ ରକ୍ଷା କରିଛି । ଏନେଇ ପିଟିଆଇ ‘ଏକ୍ସ’ରେ ଏକ ପୋଷ୍ଟ କରିଛି ।

ସୂଚନାରୁ ପ୍ରକାଶ ନୌସେନାର ଯୁଦ୍ଧ ଜାହାଜ INS ସୁମିତ୍ରା ରବିବାର ପ୍ରଥମେ ଇରାନୀୟ ଜାହାଜ FB Iran କୁ ହାଇଜ୍ୟାକ୍ ହେବାରୁ ରକ୍ଷା କରିଥିଲା । ଏହା ପରେ ଆରବ ସାଗରରେ ସ୍ପେସାଲ ଅପରେସନ୍ ମାଧ୍ୟମରେ ‘ଅଲ୍ ନଇମୀ’ ଜାହାଜକୁ ସୋମାଲିଆ ଲୁଟେରାଙ୍କ ଠାରୁ ରକ୍ଷା କରିବାରେ ସଫଳ ହୋଇଥିଲା । ଏହି ଅପରେସନରେ ଭାରତୀୟ ମେରାଇନ୍ କମାଣ୍ଡୋମାନେ ସାମିଲ ଥିଲେ । ଏହି ଘଟଣା କେରଲ କୋଚି ଉପକୂଳର ୮୫୦ ମାଇଲ ଦୂରରେ ଆରବ ସାଗରରେ ଘଟିଛି । ନୌସେନା ଅଧିକାରୀଙ୍କ କହିବାନୁଯାୟୀ ଆରବ ସାଗରରେ ସାମୁଦ୍ରିକ ଡକାୟତି ବିରୋଧି ଅଭିଯାନରେ ନିୟୋଜିତ ଥିବା ନାବିକମାନଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ନକଟରେ ଆରବ ସାଗରରେ ଡକାୟତି ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛି ।

Get real time updates directly on you device, subscribe now.