fbpx

ଖାଦ୍ୟରେ ଖାଉଛନ୍ତି କୀଟ ଓ ପିମ୍ପୁଡ଼ି: ଫ୍ରାଏଡ ଚିକେନ ଭଳି କୀଟର ସ୍ୱାଦ କହିଲେ ମହିଳା

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ଜଣେ ମହିଳା କୀଟପତଙ୍ଗ ଖାଇବାକୁ ଭଲ ପାଆନ୍ତି। ସେମାନେ କୁହନ୍ତି ଯେ ସେମାନେ ପ୍ରତିଦିନ ପିମ୍ପୁଡ଼ି ଏବଂ କୀଟ ପତଙ୍ଗ ଖାଇଥାନ୍ତି । ତେବେ ତାଙ୍କ କହିବାନୁସାରେ, କୀଟର ସ୍ୱାଦ ଫ୍ରାଏଡ ଚିକେନ ଭଳି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଜ ସାଲାଡରେ କୀଟର ପାଉଡର ବ୍ୟବହାର କରନ୍ତି। ସେ ଭୋଜନ ରେ କୀଟକୁ ଖାଇବାକୁ ପସନ୍ଦ କରନ୍ତି । ଚକୋଲେଟ ଉପରେ ଆଚ୍ଛାଦିତ କୀଟକୁ ଉପଭୋଗ କରନ୍ତି ମହିଳା ।

ମିଳିଥିବା ସୂଚନା ଅନୁଯାୟୀ ୩୦ ବର୍ଷିୟ ଜୋଆନା ଟେକୋ କହିଛନ୍ତି ଯେ ତାଙ୍କର ଏହି ଅସାଧାରଣ ଖାଦ୍ୟ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ପୁଷ୍ଟିକର ଏବଂ ପରିବେଶ ପାଇଁ ମଧ୍ୟ ଭଲ। ସେ କହିଛନ୍ତି ଏହି କୀଟର ସ୍ୱାଦ ଚିକେନ ଭଳି । ପିମ୍ପୁଡ଼ି ଲୁଣିଆ ଏବଂ ଭଜା ବାଦାମ ପରି କୀଟର ସ୍ୱାଦ ଥାଏ । କିନ୍ତୁ ଯଦି ଆପଣ କୀଟକୁ ଫ୍ରାଏ କରନ୍ତି ତେବେ ଏହା ଫ୍ରାଏଡ ଚିକେନ ପରି ଲାଗିଥାଏ ।

ସେ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମେ କୀଟ ଖାଇବା ଆରମ୍ଭ କଲେ, ଏହାର ସ୍ୱାଦ ବହୁତ ଖରାପ ଥିଲା ଏବଂ ଅନେକ ଲୋକ ଏହାକୁ ଡରୁଥିଲେ । ଜୋଆନା ଏହା ମଧ୍ୟ କହିଛନ୍ତି ପ୍ରଥମ ଥର କୀଟ ଜିଭରେ ରଖି ଅନୁଭବ କରିଥିଲେ ଯେ ଏହା ବାଦାମ ପରି । ତାଙ୍କ ବାପା ଏସିଆ ଯାତ୍ରା ସମୟରେ ତାଙ୍କୁ ବିଛା, ବାଉଁଶ ପୋକ ଏବଂ ଚକୋଲେଟ ଆଚ୍ଛାଦିତ ରେଶମ କୀଟ ସାଙ୍ଗରେ ନେଇ ଆସୁଥିଲେ। ସେ ନିଜ ଘରେ ମଧ୍ୟ କୀଟ ପାଳିଛନ୍ତି।

Get real time updates directly on you device, subscribe now.