fbpx

ରାହୁଲଙ୍କ ଭିତରେ ସଦାମ ହୁସେନ ବଦଳରେ ମହାତ୍ମା ଗାନ୍ଧୀ ଦେଖାଯିବା ଉଚିତ : ହିମନ୍ତ ଶର୍ମା

ଅହମଦାବାଦ: ରାହୁଲଗାନ୍ଧୀଙ୍କ ଉପରେ କଟାକ୍ଷ କରି ସମାଲୋଚନା କରାଯାଇଛି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା ବିଶ୍ୱା ରାହୁଲ ଗାନ୍ଧୀଙ୍କ ଉପରେ ମନ୍ତବ୍ୟ ରଖିଛନ୍ତି ଯେ, ସେ ଗାନ୍ଧୀଙ୍କ ପୂର୍ବପୁରୁଷଙ୍କ ଭଳି ଦେଖାଯିବା ଉଚିତ । ଶର୍ମାଙ୍କ କହିବା ଅନୁସାରେ ରାହୁଲ ବର୍ତ୍ତମାନ ଇରାକର ରାଷ୍ଟ୍ରପତି ସଦାମ ହୁସେନଙ୍କ ପରି ଦେଖାଯାଉଛନ୍ତି । ଗୁଜୁରାଟରେ ନିର୍ବାଚନ ପ୍ରଚାର ରାଲିକୁ ସମ୍ବୋଧନ ଜଣାଇ ବିଜେପି ନେତା କଂଗ୍ରେସ ନେତାଙ୍କୁ କହିଛନ୍ତି ସେ କେମିତି ଦେଖାଯିବା ଆବଶ୍ୟକ ।ଭାରତ ଯୋଡ ଯାତ୍ରାକୁ ନେଇ ଶର୍ମା କିଛି ରାୟ ଦେଇ ନାହାନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାହୁଲଗାନ୍ଧୀ ଆପଣଙ୍କ ଚେହେରା ଏମିତି ଦେଖାଯିବା ଦରକାର ଯେମିତି ଲୋକେ ତୁମାକୁ ଦେଖି ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ବଲଭଙ୍କ କଥା ମନେପାକାଇବେ । ଗୁଜୁରାଟର ଏକ ରାଲିକୁ ସମ୍ବୋଧନ କରି ସେ କହିଛନ୍ତି ଯେ, ଗୁଜୁରାଟର ଲୋକେ ମୋଦୀଙ୍କୁ ରାଷ୍ଟ୍ରୀୟ ସ୍ତରକୁ ପଠାଇ ଏକ ମହତ୍ୱପୂର୍ଣ୍ଣ କାମ କରିଛନ୍ତି । ୨୦୨୨ ଗୁଜରାଟ ନିର୍ବାଚନରେ ବିଜେପିର ଜିତିବାର ଅର୍ଥ ମୋଦୀ ୨୦୨୪ରେ ପୂନର୍ବାର ପ୍ରଧାନମନ୍ତ୍ରୀ ହେବେ ।

ଆସାମର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହିମାଚଳ ପ୍ରଦେଶ ନିର୍ବାଚନ ମନୋୟନରେ ତାଙ୍କ ଅନୁପସ୍ଥିତିକୁ ନେଇ ରାହୁଲଗାନ୍ଧୀଙ୍କ ମଜାକ ଉଡାଇଡାଇ ଥିଲେ । ଏହାର ଗୋଟେ ଦିନପରେ ଏହି କଥା ଆସି ପହଁଚିଛି । ସେ କହିଛନ୍ତି ରାହୁଲଗାନ୍ଧୀ ରାଜନୀତିରେ ଖେଳିବାକୁ ଇଛୁକ ନାହନ୍ତି । କାରଣ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ରାହୁଲଗାନ୍ଧୀ ଆସାମରେ ରାଲି କରୁଛନ୍ତି । ସେହିପରି ଯେତେବେଳେ ହିମାଚଳ ପ୍ରଦେଶର ନିର୍ବାଚନ ଚାଲିଥିଲା ସେତେବେଳେ ରାହୁଲ କେରଳରେ ଥିଲେ ।

କିଛି ରାଲିରେ ମଧ୍ୟ ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଭାରତ ଇତିହାସର କୌଣସି ଜ୍ଞାନ ନାହିଁ । ବୀର ସାବରକରଙ୍କ ପାଇଁ ସେମାନେ ଯେପରି ଶବ୍ଦ ପ୍ରୟୋଗ କରୁଥିଲେ ସେଥିରୁ ତାଙ୍କ ବିଚାରଧାରା ବିଷୟରେ ଜଣାପଡିଛି । ସେ ରାଷ୍ଟ୍ର ବିରୋଧୀ ସହ ହିନ୍ଦୁ ବିରୋଧୀ ମଧ୍ୟ ।

ଗୁଜୁରାଟରେ ବିଜେପି, ନିଜ ପାର୍ଟି ଜତିବାର ଆଶା ନେଇ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଗୁଜୁରାଟ ବିରୋଧ କରୁଥିବା ଲୋକଙ୍କୁ ନୁହେଁ, ବିକାଶ କରୁଥିବା ଲୋକଙ୍କୁ ମନୋନୀତ କରିଥାଏ । ଗୁଜୁରାଟର ଲୋକେ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ହିଁ ମନୋନୀତ କରିବେ ।

 

Get real time updates directly on you device, subscribe now.