(Video) କନଷ୍ଟେବଲ ମ୍ୟାଡାମଙ୍କୁ ଫସାଇଦେଲା ରୋଲେକ୍ସ, ଥାର୍, ବୁଲେଟ୍ ବାଇକ୍, ପ୍ଲଟ୍: ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା

ଖୋଲିଲା ପୋଲିସ ମାଡାମଙ୍କ ଗୁମର । ସମ୍ପତ୍ତି ଦେଖି ମାଡ଼ିବସିଲା ଭିଜିଲାନ୍ସ ।

ଭଟିଣ୍ଡା: ଇନଷ୍ଟାଗ୍ରାମ କୁଇନ୍ ଭାବେ ଜଣାଯାଉଥିବା କୋଟିପତି ମହିଳା ହେଡ୍ କନଷ୍ଟେବଲଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଗିରଫ ହେବା ପରେ ପଞ୍ଜାବ ପୋଲିସ ଇନଷ୍ଟାଗ୍ରାମ କୁଇନ୍ ଓରଫ୍ ଅମନଦୀପ କୌରଙ୍କୁ ଚାକିରିରୁ ବିଦା କରିଛି ।

ପଞ୍ଜାବୀ ସିଙ୍ଗର ଅଫସାନା ଖାନଙ୍କ ଘରୁ ଅମନଦୀପଙ୍କୁ ଗିରଫ କରାଯାଇଛି ।ଅଫସାନାଙ୍କ ଭଉଣୀ ଅମନଦୀପଙ୍କ ସାଙ୍ଗ ହେବା କାରଣରୁ ସେ ତାଙ୍କ ଘରକୁ ବୁଲିବାକୁ ଯାଇଥିବା ଜଣାପଡ଼ିଛି ।

ଅମନଦୀପଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ରହିଛି ୧.୩୫ କୋଟି ଟଙ୍କା । ଯାହାକୁ ଭିଜିଲାନ୍ସ ଜବତ କରି ନେଇଛି ।

ଭଟିଣ୍ଡା ବିରାଟ ନଗରରେ ଅମନଦୀପଙ୍କର ଏକ ବଡ଼ ବିଲ୍ଡିଂ ରହିଛି । ଯାହାର ମୂଲ୍ୟ ୯୯ ଲକ୍ଷ ଟଙ୍କା, ଡ୍ରିମ ସିଟିରେ ପ୍ଲଟ କିଣିଛନ୍ତି ଯାହାର ଦାମ୍ ୧୮.୧୨ ଲକ୍ଷ ଟଙ୍କା ।

ଏହାବ୍ୟତୀତ ମହିନ୍ଦ୍ରା ଥାର୍ ୨୦୨୫ ମଡେଲ ଅମନଦୀପ ରଖିଛନ୍ତି, ଯାହାର ମୂଲ୍ୟ ୧୪ ଲକ୍ଷ ଏବଂ ୧.୭ ଲକ୍ଷର ରୟାଲ ଏନଫିଲ୍ଡ ବୁଲେଟ ମୋଟର ସାଇକେଲ, ରୋଲେକ୍ସ ଘଣ୍ଟା, ୩ଟି ଦାମୀ ଫୋନ୍ ସାଙ୍ଗକୁ ବ୍ୟାଙ୍କ ଆକାଉଣ୍ଟରେ ୧.୦୧ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି ।

୨୦୧୮ରୁ ୨୦୨୫ ଭିତରେ ଅମନଦୀପଙ୍କ ସମ୍ପତ୍ତି ବୃଦ୍ଧି ପାଇଛି । ଅମନଦୀପଙ୍କ ରିଲ୍ସ ଭିଡିଓ ଦେଖି ପ୍ରଥମେ ଯାଞ୍ଚ ଏଜେନ୍ସିର ସନ୍ଦେହ ହୋଇଥିଲା । ତାଙ୍କ ଚାକିରି ଦରମାରେ ଏତେ ଆଡ଼ମ୍ବର ପୂର୍ଣ୍ଣ ଜୀବନ ବିତାଇବା ସମ୍ଭବ ନ ଥିଲା ।

ସୋମବାର ଦିନ ଭିଜିଲାନ୍ସ ଅମନଦୀପଙ୍କୁ ଗିରଫ କରିବା ସହ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଏମ ମାମଲା ଦାଏର କରିଛି । ଅଭିଯୋଗ ନେଇ ଯାଞ୍ଚ ଲଜେନ୍ସ ପକ୍ଷରୁ ତଦନ୍ତ ଚାଲିଥିବାବେଳେ ଅମଦୀନଙ୍କୁୂ ପଚରାଉଚରା ଜାରି ରହିଛି ।

 

View this post on Instagram

 

A post shared by Jaipur Explore (@jaipurexplore)