fbpx

Instagram ଲଞ୍ଚ କଲା ନୂଆ ଫିଚର: ଏଣିକି ନିଜ ନିଜ ପ୍ରୋଫାଇଲରେ ମନ ପସନ୍ଦର ଗୀତ ରଖିପାରିବେ ୨୪୦ କୋଟି ୟୁଜର୍ସ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି । ତେଣୁ ବିଭିନ୍ନ ସୋସିଆଲ ମିଡ଼ିଆ କମ୍ପାନୀମାନେ ୟୁଜର୍ସଙ୍କ ରୁଚିକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର୍ସ ଆଣୁଛନ୍ତି । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ତା’ର ୨୪୦ କୋଟି ୟୁଜର୍ସଙ୍କ ପାଇଁ ଆଣିଛି ଏକ ମଜାଦାର ଫିଚର । ଏଣିକି ୟୁଜର୍ସ ନିଜ ନିଜ ପ୍ରୋଫାଇଲରେ ମନ ପସନ୍ଦର ଗୀତ ରଖିପାରିବେ । ପୂର୍ବରୁ ପ୍ରୋଫାଇଲରେ କେବଳ ଫଟୋ ରଖିବାର ସୁବିଧା ରହିଥିବା ବେଳେ ଏବେ ସେଥିରେ ଗୀତ ରଖିବାର ସୁବିଧା ପାଇବେ ୟୁଜର୍ସ ।

ଇନଷ୍ଟାର ଏହା ଏକ ନୂଆ ଫିଚର ହୋଇଥିବା ବେଳେ ଏହା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଇସ୍ପେସରେ ଉପଲବ୍ଧ ଥିବା ଫିଚର ପରି ସମାନ ଅଟେ । ଏଣିକି ଯେ କୌଣସି ଇନଷ୍ଟା ପ୍ରୋଫାଇଲର ଡିସ୍କ୍ରିପସନରେ ଗୀତ ମଧ୍ୟ ଦେଖିବାକୁ ମିଳିବ । ଯଦି କୌଣସି ୟୁଜର ଆପଣଙ୍କ ଇନଷ୍ଟାଗ୍ରାମର ପ୍ରୋଫାଇଲ ଭିଜିଟ କରିବ ତେବେ ସେ ଗୀତ ମନକୁ ମନ ବାଜିବ ନାହିଁ । ସେଥିପାଇଁ ଆପଣଙ୍କୁ ଉକ୍ତ ଗୀତ ଉପରେ ଟ୍ୟାପ୍ କରିବାକୁ ପଡ଼ଇବ । ମେଟାର ମାଲିକାନାରେ ଥିବା ପ୍ଲାଟଫର୍ମ ତରଫରୁ ପପୁଲାର ସିଙ୍ଗର ସାବ୍ରିନା କାର୍ପେଣ୍ଟରଙ୍କ ସହ ବୁଝାମଣା କରି ଏହି ନୂଆ ଫିଚର ଲାଗୁ କରାଯାଇଛି ।

ଇନଷ୍ଟାଗ୍ରାମ ପ୍ରୋଫାଇଲରେ କିପରି ଗୀତ ଆଡ୍ କରିବେ:

୧- ସର୍ବପ୍ରଥମେ ନିଜର ଫୋନରେ ଇନଷ୍ଟାଗ୍ରାମ ଓପନ କରନ୍ତୁ ଓ ତା’ପରେ ତଳେ ଦିଆଯାଇଥିବା ନିଜର ପ୍ରୋଫାଇଲ ଫଟୋ ଉପରେ ଟ୍ୟାପ କରନ୍ତୁ । ୨- ଏବେ ଏଡିଟ୍ ପ୍ରୋଫାଇଲ ଅପ୍ସନକୁ ଯାଆନ୍ତୁ । ସେଠାରେ ଡାହାଣ ପଟେ ମ୍ୟୁଜିକ ଆଡ୍ କରିବାର ଅପ୍ସନ ଦେଖାଯିବ । ତା’ର ନାମ ‘ଆଡ୍ ମ୍ୟୁଜିକ ଟୁ ଇଓର ପ୍ରୋଫାଇଲ’ ରହିଥିବ । ୩- ଏବେ ସାମ୍ନାରେ ଦେଖାଯାଉଥିବା ପେଜରେ ‘ପିକ୍ ଏ ସଙ୍ଗ ଫର ଇଓର ପ୍ରୋଫାଇଲ’ ଅପ୍ସନକୁ ଟ୍ୟାପ କରନ୍ତୁ ଓ ଇନଷ୍ଟାଗ୍ରାମରେ ଆପଣଙ୍କୁ ଗୀତର ଏକ ଲିଷ୍ଟ ଦେଖାଯିବ । ଆପଣ ନିଜର ମନ ପସନ୍ଦର କୌଣସି ଗୀତକୁ ସିଲେକ୍ଟ କରିପାରିବେ । ୪- ଥରେ ନିଜର ପ୍ରୋଫାଇଲରେ ଗୀତ ଆଡ କରିବା ପରେ ୟୁଜରଙ୍କୁ ଗୀତର ୩୦ ସେକେଣ୍ଡର ଏକ ସେଗମେଣ୍ଟ ସିଲେକ୍ଟ କରିବାକୁ କୁହାଯିବ । ତା’ପରେ ଗାନା ପ୍ରୋଫାଇଲରେ ଆଡ୍ ହୋଇଯିବ ।

Get real time updates directly on you device, subscribe now.