Instagram ଲଞ୍ଚ କଲା ଭିଡିଓ ଏଡିିଟିଙ୍ଗ ଆପ ‘Edits’, ଆଉ ହେବନି କୌଣସି ପ୍ରକାର ସମସ୍ୟା
ଇନଷ୍ଟାଗ୍ରାମ ଆଣିଲା ସ୍ବତନ୍ତ୍ର Editing ଆପ୍ । ଏହାର ନାମ ରହିଛି ଏଡିଟ୍ସ ।
ନୂଆଦିଲ୍ଲୀ: ଭିଡିଓ କ୍ରିଏଟର୍ସଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ଖବର ଦେଉଛି ଇନଷ୍ଟାଗ୍ରାମ । ଗତକାଲି ରିଲ୍ସର ସମୟସୀମା ବୃଦ୍ଧି ହୋଇଥିବା ବେଳେ ଆଜି ଏଡିଟିଂ ପାଇଁ ଆଉ ଏକ ଆପ୍ ଆସିଛି । ଏହାର ନାମ ଏଡିଟ୍ସ ରଖାଯାଇଛି ।
ଏନେଇ ଇନଷ୍ଟାଗ୍ରାମ ମୁଖ୍ୟ ହଁ ସୂଚନା ଦେଇଛନ୍ତି । ଏହି ଆପରେ ଏଡିଟିଂ କରି ରିଲ୍ସ ଅପଲୋଡ୍ କରିବେ ୟୁଜର୍ସ ।
ଆପରେ ମିଳିବ ଏହି ସୁବିଧା- ୟୁଜର୍ସଙ୍କ ଭିଡିଓ ଏଡିଟିଂକୁ ଆହୁରି ଷ୍ଟ୍ରଙ୍ଗ କରିବା ପାଇଁ ଏହି ଆପକୁ ଲଞ୍ଚ କରାଯାଇଛି । ଭିଡିଓ ଏଡିଟ୍ କରିବା ସମୟରେ ୟୁଜର୍ସଙ୍କୁ ଅନେକ ପ୍ରକାର ଟୁଲ୍ସ ମିଳିବ । ହାଇ ରିଜୋଲ୍ୟୁସନ, ଡେଡିକ୍ୟାଟେଡ୍ ଟ୍ୟାବ୍ସ ଏବଂ ହାଇ କ୍ବାଲିଟି ଭିଡିଓ କ୍ୟାପଚର କ୍ଷମତା ରହିଛି । ସବୁଠୁ ଖାସ ହେଲେ ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ହୋଇପାରିବ । ଯାହା ଦ୍ବାରା ୟୁଜର୍ସ ଆନିମେସନ ମଧ୍ୟ କରିପାରିବେ ।
ଇନଷ୍ଟାଗ୍ରାମ ମୁଖ୍ୟଙ୍କ ପ୍ରତିକ୍ରିୟା- ଯେଉଁମାନେ ନିଜ ଫୋନରେ ଏଡିଟିଂ କରନ୍ତି ଏହା ସେହି ୟୁଜର୍ସଙ୍କ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଇଛି । ଏହି ଆପରେ କିଛି କ୍ରିଏଟିଭ ଟୁଲ୍ସ ମିଳିବ ବୋଲି ଇନଷ୍ଟାଗ୍ରାମ ମୁଖ୍ୟ କହିଛନ୍ତି । ଦିନକୁ ଦିନ ନୂଆ ନୂଆ ଟେକ୍ନୋଲୋଜି ଆସୁଥିବା ବେଳେ ଆମେ ୟୁଜର୍ସଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥିବା କଥା ସେ କହିଛନ୍ତି ।