fbpx

ଶୁକ୍ରବାର ପରିବର୍ତ୍ତେ, ଗୁରୁବାର ଇଦ୍-ଉଲ୍-ଜୁହା ଛୁଟି

ଭୁବନେଶ୍ୱର: ଚଳିତ ବର୍ଷ ୨୯ ତାରିଖରେ ଇଦ୍-ଉଲ୍-ଜୁହା ଛୁଟି ପଡୁଛି । ଏନେଇ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ୩୦ ଶୁକ୍ରବାରକୁ ଇଦ୍-ଉଲ୍-ଜୁହା ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା ।

ରାଜସ୍ୱ ଓ ବିପର୍ଯ୍ୟୟ ପକ୍ଷରୁ ପ୍ରକାଶିତ ଏହି ପରିବର୍ତ୍ତିତ ବିଜ୍ଞପ୍ତି ଅନୁଯାୟୀ, ଜୁନ ୨୯ ତାରିଖକୁ ଇଦ୍-ଉଲ୍-ଜୁହା ଛୁଟି କରାଯାଇଛି । ଏହି ଛୁଟି ଘୋଷଣା ଅନୁସାରେ, ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଂ ପ୍ରତିଷ୍ଠାନ ଏବଂ ରାଜସ୍ୱ ଓ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବ ।

Get real time updates directly on you device, subscribe now.