ବଡ଼ ଖବର: ସ୍ୱର୍ଗଦ୍ୱାରରେ କାଠ ପରିବର୍ତ୍ତେ ଗୋବର ଘସିରେ ହେବ ଶବଦାହ

ପୁରୀ: ଓଡ଼ିଆ ସଂସ୍କୃତିରେ ଜନ୍ମ ନେଇଥିବା ପ୍ରତି ଓଡ଼ିଆଙ୍କ ଶେଷ ଇଚ୍ଛା ମୃତ୍ୟୁ ପରେ ତାଙ୍କୁ ପରିଜନମାନେ ସ୍ୱାର୍ଗଦ୍ୱାରକୁ ନେଇ ଶବଦାହ କରନ୍ତୁ। ହିନ୍ଦୁ ଧର୍ମରେ ଶବଦାହର ଅନେକ ନିୟମ ରହିଛି। ବିଶ୍ୱାସ ରହିଛି ଯେ, ଯେଉଁ ଲୋକର ଶବଦାହ ସ୍ୱର୍ଗଧାମରେ ହୁଏ ସେମାନଙ୍କ ଆତ୍ମା ସ୍ୱର୍ଗକୁ ଯାଇଥାଏ। ଏପରି ମଧ୍ୟ କୁହାଯାଏ, ଯାହା ଭାଗ୍ୟ ଉଜ୍ୱଳ ଥାଏ ସେମାନଙ୍କର ଜଗନ୍ନାଥ ଧାମ ସ୍ୱର୍ଗ ଦ୍ୱାରରେ ଶବଦାହ ହୋଇଥାଏ। ବର୍ତ୍ତମାନ ଏହି ସ୍ୱର୍ଗଦ୍ୱାରକୁ ନେଇ ଏକ ନିୟମ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘସିରେ ଶବଦାହ ହେବ। ଏନେଇ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଯୋଜନା କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ରହିଛି। ଏନେଇ ସ୍ୱର୍ଗଦ୍ୱାର, ଗୋଶାଳା, ସାମାଜିକ ଅନୁଷ୍ଠାନ ସହ ଆଲୋଚନା ହେବ। ଖୁବ୍ ଶୀଘ୍ର ବିଚାର ବିମର୍ଶ କରି ଏନେଇ ପଦକ୍ଷେପ ନେବେ ସରକାର। ଗୋବରକୁ ମଧ୍ୟ ହିନ୍ଦୁଧର୍ମରେ ପବିତ୍ର ବୋଲି ବିବେଚନା କରାଯାଏ। ତେବେ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘସିରେ ଶବଦାହ ହେବା ବୋଲି ଖବର ଆସିଛି।