fbpx

ନକ୍ସଲଙ୍କ ଘଟିବ ଅନ୍ତ; ୭ଟି ରାଜ୍ୟକୁ ନେଇ ଅମିତ ଶାହାଙ୍କ ବଡ଼ ପ୍ଲାନ୍, ଜାଣନ୍ତୁ ସରକାରଙ୍କ ସମ୍ପୂର୍ଣ୍ଣ ଯୋଜନା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଛତିଶଗଡ଼ ରାୟପୁରରେ ଆନ୍ତଃରାଜ୍ୟ ସମନ୍ୱୟ ବୈଠକ ଆରମ୍ଭ ହୋଇଛି। ନକ୍ସଲ ସମସ୍ୟାର ଅନ୍ତ ଘଟାଇ ନକ୍ସଲ ପ୍ରଭାବିତ ଅଞ୍ଚଳର ପୁନଃନିର୍ମାଣ ପାଇଁ ଏହି ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାହାରା, ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ବିଜୟ ଶର୍ମା, ସାତଟି ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିରୀକ୍ଷକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଛତିଶଗଡ଼ ବ୍ୟତୀତ ଓଡ଼ିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅଧିକାରୀମାନେ ଯୋଗ ଦେଉଛନ୍ତି।

ଆନ୍ତଃରାଜ୍ୟ ସମନ୍ୱୟ ବୈଠକରେ ମାଓ ପ୍ରଭାବିତ ଅଞ୍ଚଳରେ ମାଓ ବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ମିଳିତ ଅପରେସନ ପାଇଁ ରଣନୀତି ଉପରେ ଆଲୋଚନା କରାଯାଉଛି। ନକ୍ସଲ ପ୍ରଭାବିତ ରାଜ୍ୟରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନକ୍ସଲଙ୍କ ଗତିବିଧିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ମଧ୍ୟ ଏହି ବୈଠକର ମୁଖ୍ୟ ଏଜେଣ୍ଡା। ଏହି ବୈଠକରେ ଏହି ୭ଟି ରାଜ୍ୟ ନିଜ ନିଜ ରାଜ୍ୟର ରଣନୀତି ବୁଝାଇବା ସହ ସୂଚନା ଆଦାନ ପ୍ରଦାନ ଉପରେ କାର୍ଯ୍ୟ କରିବେ। ଦେଶର ମୋଟ ୩୮ଟି ଜିଲ୍ଲା ମଧ୍ୟରୁ ୧୫ଟି ଜିଲ୍ଲା ମାଓ ପ୍ରଭାବିତ।

ଏହି ଜିଲ୍ଲାଗୁଡ଼ିକ ହେଲା ବିଜାପୁର, ବସ୍ତର, ଦାନ୍ତେଓ୍ଵାଡ଼ା, ଧମତାରୀ, ଗରିଆବନ୍ଦ, କାଙ୍କେର, କୋଣ୍ଡାଗାଓଁ, ମହାସମୁନ୍ଦ, ନାରାୟଣପୁର, ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ ଚୌକି, ଖଇରାଗଡ଼ ଛୁଇ ଖାଦାନ, ଗଣ୍ଡାଇ, ସୁକମା, କବୀରଧାମ ଓ ମୁଙ୍ଗେଲି। ଦେଶରେ ଛତିଶଗଡ଼ରେ ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି। ଛତିଶଗଡ଼ ବିଧାନସଭା ନିର୍ବାଚନ ୨୦୨୩ ପୂର୍ବରୁ ଗସ୍ତ ସମୟରେ ଅମିତ ଶାହା କହିଥିଲେ ଯେ ରାଜ୍ୟରେ ସରକାର ଗଠନ ହେବା ପରେ ପ୍ରଥମେ ନକ୍ସଲବାଦର ମୂଳପୋଛ କରାଯିବ। ଏଭଳି ସ୍ଥିତିରେ ଏହି ବୈଠକକୁ ସେହି ପ୍ରତିଶ୍ରୁତି ସହ ଯୋଡ଼ାଯାଉଛି।

Get real time updates directly on you device, subscribe now.