fbpx

ସ୍ପର୍ଶ ଗ୍ରୃପ୍ ଅଫ୍ ହସ୍ପିଟାଲ୍‌ରେ ଅର୍ନ୍ତରାଷ୍ଟ୍ରୀୟ ଫାର୍ମାସିଷ୍ଟ ଦିବସ ପାଳିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ରକୁ ସଦୃଢ଼ ଏବଂ ଉନ୍ନତ କରିବା ପାଇଁ ସମଗ୍ର ବିଶ୍ୱରେ ସେପ୍ଟେମ୍ବର ୨୫କୁ ଅର୍ନ୍ତରାଷ୍ଟ୍ରୀୟ ଫାର୍ମାସିଷ୍ଟ ଦିବସ ଭାବେ ପାଳନ କରାଯାଏ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ପର୍ଶ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ବରିଷ୍ଠ କର୍ତ୍ତୃପକ୍ଷ ଏବଂ ଫାର୍ମାସୀ ବିଭାଗର ସମସ୍ତ ସଦସ୍ୟଙ୍କୁ ନେଇ ଅର୍ନ୍ତରାଷ୍ଟ୍ରୀୟ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଅଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଫାର୍ମାସିଷ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଔଷଧର ବିଶେଷତ୍ୱ କେତେ ମହତ୍ୱପୂର୍ଣ୍ଣ ଏହା ଉପରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହେଲଥ୍ କେୟାରର ଚେୟାରମ୍ୟାନ ଏବଂ ପରିଚାଳନା ନିର୍ଦ୍ଦେଶକ ଡ଼ା. ପ୍ରିୟବ୍ରତ ଧୀର, ସ୍ପର୍ଶ ହେଲଥ୍ କେୟାରର ବିତ୍ତିୟ ନିର୍ଦ୍ଦେଶକ ସି.ଏ ବିଧୁ ଭୁଷଣ ନାୟକ, ସ୍ପର୍ଶ ଗ୍ରୃପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନମୟ ମହାପାତ୍ର ଏବଂ ସ୍ପର୍ଶ ସ୍ପର୍ଶ ହସ୍ପିଟାଲ୍‌ର ଅଧୀକ୍ଷକ ଡ଼ା. ଭରତ ଦାସ ଯୋଗ ଦେଇ ଫାର୍ମାସୀଷ୍ଟମାନଙ୍କୁ ତାଙ୍କର ଅତୁଳନୀୟ ଅବଦାନକୁ ପ୍ରଶଂସା କରିଥିଲେ।

Get real time updates directly on you device, subscribe now.