fbpx

International Plastic Bag Free Day : ବିଶ୍ୱକୁ ନିଶ୍ୱାସ ନେବରେ କର ସାହାଯ୍ୟ, ପ୍ଲାଷ୍ଟିକକୁ କର ନା……

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ ଜୁଲାଇ ୩ କୁ ବିଶ୍ୱ ପ୍ଲାଷ୍ଟିକ ପଲଥିନ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପ୍ଲାଷ୍ଟିକ ପ୍ରଦୂଷଣକୁ ଦୂର କରିବା ଏବଂ ପ୍ରାକୁତିକ ପରିବେଶ ଉପରେ ଏହାର କ୍ଷତିକାରକ ପ୍ରଭାବ ବିଷୟରେ ସମସ୍ତଙ୍କୁ ଜାଗ୍ରତ କରିବା । ପ୍ଲାଷ୍ଟିକ ପଲିଥିନ ଆମ ପରିବେଶକୁ ବହୁତ କ୍ଷତି ପହଁଞ୍ଚାଉଛି । ଗୋଟିଏ ପଲଥିନକୁ ମାଟିରେ ମିଶିବା ପାଇଁ ୧୦୦-୫୦୦ ବର୍ଷ ଲାଗିଯାଏ ।

ବିଶ୍ୱ ପ୍ଲାଷ୍ଟିକ ପଲିଥିନ ଦିବସ ପ୍ରଥମେ ପଶ୍ଚିମ ୟୁରୋପରେ ୨୦୦୯ ମସିହାରେ ପାଳନ କରାଯାଇଥିଲା । ଏହା ଏକ ବିଶ୍ୱସ୍ତରୀୟ ପଦକ୍ଷେପ ଅଟେ, ଏହାର ଉଦ୍ଦେଶ୍ୟ ହେଲା ପ୍ଲାଷ୍ଟିକ ପଲିଥିନର ବ୍ୟବହାର ବନ୍ଦ କରିବା । ଏହି ଦିବସରେ ପ୍ଲାଷ୍ଟିକ ଏବଂ ପ୍ଲାଷ୍ଟିକ ଯୁକ୍ତ ଦ୍ରବ୍ୟର ବ୍ୟବହାର ବିଷୟରେ ଲୋକଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟରେ ଆମେ ସମସ୍ତେ ପ୍ଲାଷ୍ଟିକ ପଲିଥିନର ବ୍ୟବହାର ଠାରୁ ଦୂରେଇ ରହି ପରିବେଶ ସଂରକ୍ଷଣକୁ ବଢାଇବା । ବିଶ୍ୱ ପଲିଥିନ ଦିବସର ଉଦ୍ଦେଶ୍ୟ ଅନୁସାରେ ଆମେ ପ୍ଲାଷ୍ଟିକ ପଲିଥିନ ବ୍ୟବହାର ନକରି କପଡ଼ା ଏବଂ କାଗଜର ବ୍ୟବହାର କରି ଆମ ଚର୍ତୁପାଶ୍ୱର ବାତାବରଣକୁ ଅନୁକୂଳ ରଖିବା ।

ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ କେତେ ପରିମାରଣର ଦାୟୀ ଓ ପ୍ରକୃତି ଉପରେ ଏହାର କେତେ ପ୍ରଭାବ ପଡୁଛି ତାକୁ ନେଇ ଲୋକଙ୍କ ମଧ୍ୟରେ କରାଯାଉଛି ସଚେତନତା । ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଥିବା ବେଳେ ଏହାର ବ୍ୟବହାର ନେଇ ସମସ୍ୟା ଉପୁଜିଛି । ଭାରତରେ ଜୁଲାଇ ୧ ଠାରୁ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଜିନିଷକୁ ନିଷେଧ କରାଯାଇଛି । ଏଥିରେ ସମୁଦାୟ ୧୯ଟି ଜିନିଷକୁ ନିଷେଧ କରାଯାଇଛି । ଏହି ବସ୍ତୁ ମଧ୍ୟରୁ ପ୍ଲାଷ୍ଟିକ ବ୍ୟାଗ, ପ୍ଲାଷ୍ଟିକର ଇୟର ବଡ୍‌ସ, ପ୍ଲାଷ୍ଟିକର ପତାକା ଏବଂ ବେଲୁନର ବାଡ଼ି, ପ୍ଲାଷ୍ଟିକର ଆଇସକ୍ରିମ ଖାଇବା ଚାମଚ, ପ୍ଲାଷ୍ଟିକର ପାତ୍ର, ପ୍ଲାଷ୍ଟିକ ଗ୍ଲାସ, ପ୍ଲାଷ୍ଟିକର ଛୁରୀ ଓ ସ୍ଟ୍ର , ଚିନିକୁ ମିଶାଇବା ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ଷ୍ଟିକ ଭଳି ଜିନିଷ ସାମିଲ ଅଛି ।

Get real time updates directly on you device, subscribe now.