fbpx

୨ଟନ୍ ପିଆଜରେ ୧୦୦ ଫୁଟର ‘ସାଣ୍ଟାକ୍ଲଜ’, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶ୍ୱରେକର୍ଡ

ପୁରୀ: ରାତି ପାହିଲେ ଖ୍ରୀଷ୍ଟମାସ ବା ବଡ଼ଦିନ । ଏହି ଦିନ ଯିଶୁ ଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ । ଖ୍ରୀଷ୍ଟିଆନମାନଙ୍କର ଏହା ପର୍ବ ହୋଇଥିଲେ ହେଁ ଏହାକୁ ସାରା ବିଶ୍ୱର ସମସ୍ତ ଧର୍ମର ଲୋକେ ଖୁବ ଆନନ୍ଦ ଉଲ୍ଲାସ ସହ ପାଳନ କରିଥାଆନ୍ତି । ତେବେ ଏହି ଉତ୍ସବକୁ ନେଇ ପୁରୀ ବେଳାଭୂମୀରେ ପିଆଜରେ ସାଣ୍ଟା କ୍ଲଜ ତିଆରି ହୋଇଛି । ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମୀରେ ଆକର୍ଷଣୀୟ ବାଲୁକା କଳା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ପୁରୀ ବେଳାଭୂମୀରେ ବାଲି ଏବଂ ପିଆଜରେ ଏହି ସାଣ୍ଟାକ୍ଲଜ ନିର୍ମିତ ହୋଇଛି । ଏହା ବିଶ୍ୱର ସର୍ବବୃହତ ସାଣ୍ଟାକ୍ଲଜ ତିଆରି କରି ରେକର୍ଡ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲିକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଦୁଇ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟା କ୍ଲଜ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ ରେକର୍ଡ ବୁକ ଅଫ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ ଏବଂ ଉଚ୍ଚତା ୨୦ ଫୁଟ ଅଟେ ।

ସୁଦର୍ଶନଙ୍କ ନେତୃତ୍ୱରେ ୩୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ବ୍ଲୁ-ଫ୍ଲାଗ ବିଚରେ ନିର୍ମିତ ଏହି ବାଲୁକା କଳାକୃତି ତିଆରି କରିବାକୁ ୮ ଘଣ୍ଟା ସମୟ ଲାଗିଥିଲା । ଏଥିରେ ମେରୀ ଖ୍ରୀଷ୍ଟମାସ ଲେଖାଯିବା ସହ ଗଛ ଉପହାର ଦିଆଯିବା ପାଇଁ ସଚେତନାମୂଳକ ବାର୍ତ୍ତା ଦିଆଯାଇଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୨ ବର୍ଷ ହେଲାଣି ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ କରୁଛନ୍ତି । ଏହା ହେଉଛି ସବୁଠାରୁ ବଡ଼ ଏବଂ ନିଆରା କୀର୍ତ୍ତି ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.