fbpx

ସ୍ମାର୍ଟଫୋନରେ 5G ଥାଇ ବି ସ୍ଲୋ ଚାଲୁଛି ଇଣ୍ଟରନେଟ୍‌, ଚେକ୍ କରନ୍ତୁ ଫୋନର ସେଟିଂ

ଓଡ଼ିଶା ଭାସ୍କର: ଆଜିକାଲି ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଯେମିତି ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟି ଯାଇଛି । ଦୁଇଟି ମଧ୍ୟରୁ ଗୋଟିଏ ଜିନିଷ ନଥିଲେ ଯେମିତି ସବୁ କାମ ଠପ୍ । ଅନେକ ସମୟରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଇଣ୍ଟରନେଟ୍ ସ୍ପୀଡ୍ ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି । 5G ଯୁଗରେ ମଧ୍ୟ ଡାଟା ସ୍ପୀଡ୍ ସ୍ଲୋ ହେଲେ ମୁଡ୍ ଅଫ୍ ହୋଇଯାଏ ।

କିଛି ଜରୁରୀ କାମ ଥିଲେ ହାଇ ସ୍ପୀଡ୍ କନେକ୍ଟିଭିଟିର ବହୁତ ଆବଶ୍ୟକ ହୋଇଥାଏ । ଏଥିମଧ୍ୟରେ ଅନଲାଇନ୍ ଭିଡ଼ିଓ ଷ୍ଟ୍ରିମିଂକୁ ନେଇ ବଢ଼ୁଥିବା କ୍ରେଜ୍ ପାଇଁ ୟୁଜର୍ସ ହାଇସ୍ପିଡ୍ ଇଣ୍ଟରନେଟ୍ ଦାବି କରୁଛନ୍ତି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଅଧିକାଂଶ ବ୍ୟକ୍ତି ବ୍ରଡବ୍ୟାଣ୍ଡ୍ କନେକସନ୍ ପ୍ରତି ଆକର୍ଷିତ ହେଉଛନ୍ତି । ଅପରପକ୍ଷରେ ସ୍ମାର୍ଟଫୋନରେ ଦୈନିକ ଡାଟା ଲିମିଟ୍ ଥିବାରୁ ଅନେକ ସମୟରେ ସ୍ପୀଡ୍ ସ୍ଲୋ ହୋଇଯାଏ । ତେବେ ନିମ୍ନଲିଖିତ ଟିପ୍ସ ଆପଣାଇ ସ୍ଲୋ ଡାଟା କନେକ୍ଟିଭିଟି ସମସ୍ୟାକୁ ଦୂର କରିପାରିବେ ।

୧. ନେଟୱାର୍କ ମୋଡ୍ ଚେଞ୍ଜ କରନ୍ତୁ: ଅନେକ ସମୟରେ ଉତ୍ତମ ନେଟୱାର୍କ ମୋଡ୍ ଚୟନ ନ କରିଥିଲେ ଫୋନର ଇଣ୍ଟନେଟ୍ ଡାଟା ସ୍ପୀଡ୍ ସ୍ଲୋ ହୋଇଥାଏ । ତେଣୁ ଥରେ ନେଟୱାର୍କ ମୋଡ୍ ଠିକ୍ ଭାବରେ ଚେକ୍ କରନ୍ତୁ । ଏଥିପାଇଁ ସ୍ମାର୍ଟଫୋନର ସେଟିଂକୁ ଯାଇ ମୋବାଇଲ ନେଟୱାର୍କ ବିକଳ୍ପ ଚୟନ କରନ୍ତୁ । ଏଠାରେ ସିମକାର୍ଡ଼ ଅପସନ ମିଳିଥାଏ । ସିମ୍ କାର୍ଡ଼ ଉପରେ ଟ୍ୟାପ୍ କରିବା ପରେ LTE/5G/4G ବିକଳ୍ପ ଚୟନ କରନ୍ତୁ ।

୨. ବ୍ୟାକଗ୍ରାଉଣ୍ଡ ଆପ୍ ବନ୍ଦ କରନ୍ତୁ: ଅନେକ ସମୟରେ ବ୍ୟାକଗ୍ରାଉଣ୍ଡରେ ଆପ୍ ଚାଲିଥିଲେ ଏହା ନେଟୱାର୍କ ସ୍ପୀଡ୍ ସ୍ଲୋ କରିଥାଏ । ଆପରେ ଅଧିକ ଡାଟା ବ୍ୟବହାର ହୋଇଥାଏ । ଏଥିପାଇଁ ବ୍ୟାକଗ୍ରାଉଣ୍ଡ୍ ଆପକୁ ପ୍ରଥମେ ଡିସଏବଲ(ନିଷ୍କ୍ରିୟ) କରନ୍ତୁ ।

୩. ଲୋକେସନ୍ ମୋଡ୍ ଅଫ୍ ରଖନ୍ତୁ: ଗୁଗୁଲ ମ୍ୟାପର ଲୋକେସନ୍ ଅନ୍ ରହିଲେ ଅଧିକ ଡାଟା ଖର୍ଚ୍ଚ ହୋଇଥାଏ । ଆପଣ ସ୍ମାର୍ଟଫୋନ୍ ସେଟିଂରେ ଯାଇ କିମ୍ବା ଟଗଲ ଡାଉନ୍‌/ ଅପ୍ ବିକଳ୍ପ ଦ୍ୱାରା ଏହାକୁ ବନ୍ଦ କରିପାରିବେ ।

୪. ସଫ୍ଟୱେୟାର ଅପଡେଟ୍‌: ଅଧିକାଂଶ ୟୁଜର୍ସ ମାସ ମାସ ଧରି ଆପ୍ ଏବଂ ଫୋନର ସଫ୍ଟୱେୟାର ଅପଡେଟ୍ କରିନଥାନ୍ତି । ଏହା ଡାଟା ସ୍ପୀଡ ସ୍ଲୋ ହେବାର ପ୍ରମୁଖ କାରଣ ହୋଇପାରେ । କହିରଖୁଛୁ ସ୍ମାର୍ଟଫୋନରେ ଆପ୍ ଅପଡେଟ୍ ରହିଲେ ଫୋନରେ ଥିବା ବଗ୍ ଏବଂ ନେଟୱାର୍କ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

Get real time updates directly on you device, subscribe now.