fbpx

PA ଚିତ୍ତରଞ୍ଜନଙ୍କ ମୃତ୍ୟୁ: ସଞ୍ଜୟଙ୍କ PSOଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ

ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ଚାଲିଛି ଛାନଭିନ୍ । ଏହି ମାମଲାରେ ସଞ୍ଜୟଙ୍କ PSO ସର୍ବେଶ୍ୱର ଜେନାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ଚିତ୍ତରଞ୍ଜନଙ୍କ ପୁତୁରା ଦିଲ୍ଲୀପ ପଲେଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି । ମିଳିଥିବା ସୂଚନା ମୁତାବକ, ଘଟଣା ପୂର୍ବ ରାତିରେ ଚିତ୍ତଙ୍କ ସହ ଭୋଜି କରିଥିଲେ ସର୍ବେଶ୍ୱର ଓ ଦିଲ୍ଲୀପ । ଭୋଜିରେ ସାମିଲ ଆଉ ୩ ଜଣଙ୍କୁ ମଧ୍ୟ ଜେରା କରାଯିବ । ସେହି ୩ ଜଣ ହେଉଛନ୍ତି ଉମାକାନ୍ତ ପାଇକରାୟ, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଜଗନ୍ନାଥ ଷଡ଼ଙ୍ଗୀ । ଭୋଜିରେ ସାମିଲ ସମସ୍ତଙ୍କର ସିଡିଆରକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

ଏହାରି ମଧ୍ୟରେ ଆଜି ଚିତ୍ତରଞ୍ଜନ ପଲେଇଙ୍କ ଭିସେରା ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବାର ସମ୍ଭାବନା ରହିଛି । ମୃତ୍ୟୁ ମାମଲାରେ ଚକ୍ରପଡ଼ାର ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଛି । ଚକ୍ରପଡ଼ା ଯୁବତୀଙ୍କ ପୂର୍ବରୁ ଜେରା କରିଛି ପୋଲିସ । ଏବେ ଯୁବତୀଙ୍କ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଡାକିଥିବା ସୂଚନା ମିଳିଛି ।

ତେବେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାରେ ଯୁବତୀଙ୍କର କ’ଣ ସମ୍ପୃକ୍ତି ରହିଛି, ସେନେଇ ବଢ଼ିଛି ରହସ୍ୟ । ଯୁବତୀଙ୍କ ଘରକୁ ଚିତ୍ତ ଓ ଜଗନ୍ନାଥ ବାରମ୍ବାର ଯାଉଥିବା ସୂଚନା ମିଳିଛି । ମା’ଙ୍କ ସହ ଯୁବତୀ ଭଡ଼ା ଘରେ ରହୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ଆଜି ଚିତ୍ତରଞ୍ଜନ ମୃତଦେହ ମିଳିଥିବା ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଛି ।

Get real time updates directly on you device, subscribe now.