ଏହି ସରକାରୀ ଯୋଜନାରେ କରନ୍ତୁ ନିବେଶ, ପ୍ରତି ମାସରେ ମିଳିବ ୯ ହଜାର ଟଙ୍କା ପେନସନ୍: ଏପରି କରନ୍ତୁ ଆପ୍ଲାଏ

ନୂଆଦିଲ୍ଲୀ: ମୋଦୀ ସରକାର ଦ୍ୱାରା ପ୍ରଧାନମନ୍ତ୍ରୀ Vaya Vandana ଯୋଜନା ପରିଚାଳିତ ହେଉଛି, ଯେଉଁଥିରେ ମାସିକ ପେନସନର ଗ୍ୟାରେଣ୍ଟି ଦିଆଯାଉଛି । ଏହି ଯୋଜନା ୨୬ ମେ ୨୦୨୦ ରେ ମୋଦୀ ସରକାର ଆରମ୍ଭ କରିଥିଲେ । ଏହି ଯୋଜନାର ଆପଣ ଏକ ଅଂଶ ହେବାକୁ ଚାହୁଁଥିଲେ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ନିବେଶ କରାଯାଇପାରିବେ । ଏହି ଯୋଜନାରେ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକ ମାସିକ କିମ୍ବା ବାର୍ଷିକ ପେନସନ୍ ଯୋଜନା ଚୟନ କରିପାରିବେ । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ…

ପ୍ରଧାନମନ୍ତ୍ରୀ Vaya Vandana ଯୋଜନା ହେଉଛି ଏକ ସାମାଜିକ ସୁରକ୍ଷା ଯୋଜନା । ଯାହା ଅଧୀନରେ ହିତାଧିକାରୀ ମାସିକ ପେନସନ୍ ପାଇବେ । ଏହି ଯୋଜନାକୁ ଭାରତ ସରକାର ଆଣିଥିବା ବେଳେ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି) ଦ୍ୱାରା ଏହା ପରିଚାଳିତ ହେଉଛିି । ଯେଉଁମାନେ ୬୦ ବର୍ଷ ବୟସ ଅତିକ୍ରମ କରିଛନ୍ତି, ସେମାନେ ସର୍ବାଧିକ ୧୫ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ । ପୂର୍ବରୁ ନିବେଶ ସୀମା ୭.୫ ଲକ୍ଷ ଟଙ୍କା ଥିବା ବେଳେ ଏହା ଏବେ ଦ୍ୱିଗୁଣିତ ହୋଇଛି । ଅନ୍ୟାନ୍ୟ ଯୋଜନା ତୁଳନାରେ ବରିଷ୍ଠ ନାଗରିକମାନେ ଏହି ଯୋଜନାରେ ଅଧିକ ସୁଧ ପାଆନ୍ତି । ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକ ଏହି ପେନସନ୍ ଯୋଜନାକୁ ଚୟନ କରିପାରିବେ ।

ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଧାନମନ୍ତ୍ରୀ Vaya Vandana ଯୋଜନାରେ ୧୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ । ଏହି ଯୋଜନା ଅଧୀନରେ, ଆପଣ ବାର୍ଷିକ ୭.୪୦ ପ୍ରତିଶତ ସୁଧ ମଧ୍ୟ ପାଇବେ । ସେହି ଅନୁଯାୟୀ, ନିବେଶ ଉପରେ ବାର୍ଷିକ ସୁଧ ୧,୧୧,୦୦୦ ଟଙ୍କା ହେବ । ଯଦି ଏହାକୁ ୧୨ ମାସରେ ବିଭକ୍ତ କରାଯାଏ, ତେବେ ୯୨୫୦ ଟଙ୍କା ରାଶି ଗଠନ ହୁଏ, ଯାହାକୁ ଆପଣ ମାସିକ ପେନସନ ଭାବରେ ପାଇବେ । ଯଦି ଆପଣ ଏହି ଯୋଜନାରେ ମାସିକ ୧୦୦୦ ଟଙ୍କା ପେନସନ୍ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ବିନିଯୋଗ କରିବାକୁ ପଡିବ ।

ଏହି ଯୋଜନା ୧୦ ବର୍ଷ ପାଇଁ ରହିଛି । ଆପଣଙ୍କ ଜମା ହୋଇଥିବା ଟଙ୍କା ଉପରେ ମାସିକ ପେନସନ୍ ମିଳିବ । ଯଦି ଆପଣ ୧୦ ବର୍ଷ ପାଇଁ ଏହି ଯୋଜନାରେ ରୁହନ୍ତି, ତେବେ ୧୦ ବର୍ଷ ପରେ ଆପଣଙ୍କର ନିବେଶ ହୋଇଥିବା ଟଙ୍କା ଆପଣଙ୍କୁ ଫେରାଇ ଦିଆଯିବ । ଆପଣ ଏହି ଯୋଜନାକୁ ଯେକୌଣସି ସମୟରେ ସରେଣ୍ଡର କରିପାରିବେ ।