fbpx

IOAର ବଡ଼ ଘୋଷଣା: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ବଢ଼ିଲା

Advertisement

ନୂଆଦିଲ୍ଲୀ: ଆସନ୍ତା ମାସ ୨୭ ତାରିଖରୁ ଅଗଷ୍ଟ ମାସ ୧୧ ତାରିଖ ପର୍ଯ୍ୟନ୍ତ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ କ୍ରୀଡ଼ା ଅନୁଷ୍ଠିତ ହେବ । ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ କ୍ରୀଡ଼ାବିତମାନେ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଜାରି ରଖିଛନ୍ତି । ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ପ୍ୟାରିସ ଅଲିମ୍ପିକ୍ସର ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ (ଆଇଓଏ) ।

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଯେଉଁ ଭାରତୀୟ କ୍ରୀଡ଼ାବିତ ସ୍ୱର୍ଣ୍ଣପଦକ ଜିତିବେ ତାଙ୍କୁ ୧ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ରୌପ୍ୟ ପଦକ ବିଜେତାଙ୍କୁ ୭୫ ଲକ୍ଷ ଓ କାଂସ୍ୟ ପଦକ ବିଜେତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ପ୍ୟାରିସ୍ ଅଲିମ୍ପିକ୍ସକୁ ନେଇ ଆଇଓଏ ଏଭଳି ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ସେହିପରି ପୁରୁଷ ହକିରେ ସ୍ୱର୍ଣ୍ଣପଦକ ବିଜେତାଙ୍କୁ ୨ କୋଟି, ରୌପ୍ୟ ବିଜେତାଙ୍କୁ ୧ କୋଟି ଓ କାଂସ୍ୟ ବିଜେତାଙ୍କୁ ୭୫ ଲକ୍ଷ ଟଙ୍କା ମିଳିବ ।

ପୂର୍ବରୁ ଆଇଓଏ ୨୦୨୧ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୫୦ ଲକ୍ଷ ଓ କାଂସ୍ୟ ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ମିଳିଥିଲା । ଏଥିସହିତ କେନ୍ଦ୍ର ସରକାର ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ବିଜେତାଙ୍କୁ ଯଥାକ୍ରମେ ୭୫, ୫୦ ଓ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ପ୍ୟାରିସ ଅଲିମ୍ପିକ୍ସର ପ୍ରତି ସ୍ୱର୍ଣ୍ଣ ବିଜେତାଙ୍କୁ ପାଖାପାଖି ୪୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପ୍ରଥମ ଥର ପାଇଁ ବିଶ୍ୱ ଆଥଲେଟିକ୍ସ (ଡବ୍ଲ୍ୟୁଏ) ଘୋଷଣା କରିଛି ।

Get real time updates directly on you device, subscribe now.