fbpx

IOCL ପକ୍ଷରୁ ବାହାରିଲା ୧୦୬ଟି ପଦବୀ,୧୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଦରମା;ଶୀଘ୍ର କରନ୍ତୁ ଆବେଦନ

Advertisement

ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ (ଆଇଓସିଏଲ୍)କାର୍ଯ୍ୟନିର୍ବାହୀ ପଦବୀପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ୨୮ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ୨୨ ମାର୍ଚ୍ଚ ସ୍ଥିର କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ iocl.com ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :
ଆବେଦନ ଆରମ୍ଭ – ୨୮ ଫେବୃଆରୀ ୨୦୨୩
ଅନଲାଇନ୍ ଆବେଦନ – ୨୨ ମାର୍ଚ୍ଚ ୨୦୨୩
ଫି ଦାଖଲ ପାଇଁ ଶେଷ ତାରିଖ – ୨୧ ମାର୍ଚ୍ଚ ୨୦୨୩
ଫର୍ମର ହାର୍ଡ କପି ପାଇବା ପାଇଁ ଶେଷ ତାରିଖ – ୬ ଏପ୍ରିଲ ୨୦୨୩
ସାକ୍ଷାତକାର ତାରିଖ – ମେ’ର ଚତୃର୍ଥ ସପ୍ତାହ

ମୋଟ ପଦବୀ ସଂଖ୍ୟା :
କାର୍ଯ୍ୟନିର୍ବାହୀ ସ୍ତର -୧: ୯୬
କାର୍ଯ୍ୟନିର୍ବାହୀ ସ୍ତର-୨: ୧୦
ମୋଟ: ୧୦୬

ଯୋଗ୍ୟତା :କାର୍ଯ୍ୟନିର୍ବାହୀ ସ୍ତର ୧: ପ୍ରାର୍ଥୀମାନେ ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ସିଭିଲ୍ / ଇନଷ୍ଟ୍ରୁମେଣ୍ଟ ଇଞ୍ଜିନିୟରିଂରେ B.Tech/BE/ ଡିପ୍ଲୋମା ରହିବା ଉଚିତ୍ । ଆହୁରି ମଧ୍ୟ, ଯଦି ଆପଣ BE କିମ୍ବା B.Tech କରିସାରିଛନ୍ତି, ତେବେ ଆପଣଙ୍କରପାଞ୍ଚ ବର୍ଷର ଅଭିଜ୍ଞତା ରହିବା ଉଚିତ ଏବଂ ଯଦି ଆପଣ ଡିପ୍ଲୋମା କରିଛନ୍ତି, ତେବେ ଆପଣଙ୍କର ଦଶ ବର୍ଷର ଅଭିଜ୍ଞତା ରହିବା ଉଚିତ୍ ।

କାର୍ଯ୍ୟନିର୍ବାହୀ ସ୍ତର-୨: ମେକାନିକାଲ୍ ଇଞ୍ଜିନିୟରିଂରେ B.Tech/BE/ ଡିପ୍ଲୋମା କରିବା ଉଚିତ୍ । ଆହୁରି ମଧ୍ୟ, ଯଦି ଆପଣ BE କିମ୍ବା B.Tech କରିସାରିଛନ୍ତି, ତେବେ ଆପଣଙ୍କର ଦଶ ବର୍ଷର ଅଭିଜ୍ଞତା ରହିବା ଉଚିତ ଏବଂ ଯଦି ଆପଣ ଡିପ୍ଲୋମା କରିଛନ୍ତି, ତେବେ ଆପଣଙ୍କର ୧୫ ବର୍ଷର ଅଭିଜ୍ଞତା ରହିବା ଉଚିତ୍ ।

ବୟସ ସୀମା:କାର୍ଯ୍ୟନିର୍ବାହୀ ସ୍ତର ୧: ପୋଷ୍ଟ ପାଇଁ ସର୍ବାଧିକ ବୟସ ୩୫ ବର୍ଷ ଏବଂ ସ୍ତର -୨ ପାଇଁ ସର୍ବାଧିକ ବୟସ ୪୫ ବର୍ଷ ହେବା ଉଚିତ ।

ଦୟାକରି ଧ୍ୟାନ ଦିଅନ୍ତୁ ଯେ ପ୍ରଯୁଜ୍ୟ ଡକ୍ୟୁମେଣ୍ଟ ସହିତ ଆବେଦନର ହାର୍ଡ କପି ମଧ୍ୟ ଏହି ଠିକଣାକୁ ପଠାଯିବା ଉଚିତ (ପୋଷ୍ଟ ବକ୍ସ ନମ୍ବର ୩୦୯୬, ହେଡ ପୋଷ୍ଟ ଅଫିସ, ଲୋଡି ରୋଡ, ନୂଆଦିଲ୍ଲୀ ୧୧୦୦୦୩) ।

ଦରମା :କାର୍ଯ୍ୟନିର୍ବାହୀ ସ୍ତର – ୧: ବାର୍ଷିକ ୧୨ ଲକ୍ଷ ଟଙ୍କା
କାର୍ଯ୍ୟନିର୍ବାହୀ ସ୍ତର -୨:ବାର୍ଷିକ ୧୬ ଲକ୍ଷ ଟଙ୍କା

Get real time updates directly on you device, subscribe now.