fbpx

ଆପଲ ପକ୍ଷରୁ ବଡ଼ ଘୋଷଣା: ୨୦ ହଜାର ଟଙ୍କା ଶସ୍ତାରେ ଗ୍ରାହକ ପାଇବେ iPhone 15

ନୂଆଦିଲ୍ଲୀ: ଅନେକ ଗ୍ରାହଙ୍କର ବଡ଼ ବଡ଼ ବ୍ରାଣ୍ଡେଡ କମ୍ପାନୀର ସ୍ମାର୍ଟଫୋନ, ଇୟରବଡ, ଲାପଟପ ଆଦି ବ୍ୟବହାର କରିବାର ସଉକ ରହିଥାଏ । ତେଣୁ ଅଧିକ ମୂଲ୍ୟର ମୋବାଇଲ କେତେବେଳେ ଶସ୍ତା ହେବ ତା’ର ସୁଯୋଗକୁ ଗ୍ରାହକମାନେ ଅପେକ୍ଷା କରି ରହିଥାନ୍ତି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଆପଲ କମ୍ପାନୀ । ଆଇଫୋନ୍ ୧୫ ଆପଲ କମ୍ପାନୀର ଏକ ଲାଟେଷ୍ଟ ହ୍ୟାଣ୍ଡସେଟ ହୋଇଥିବା ବେଳେ ଏହି ମଡେଲରେ ୟୁଜର୍ସଙ୍କ ପାଇଁ ଏକ ବଡ଼ ଅଫର ଲଞ୍ଚ କରାଯାଇଛି ।

ଇ-କମର୍ସ ପ୍ଲାଟଫର୍ମ ଆମାଜରେ ଆଇଫୋନ୍ ୧୫ରେ ବର୍ତ୍ତମାନର ସବୁଠାରୁ ଖାସ୍ ଅଫର ଉପଳବ୍ଧ ହେଉଛି । ଏହି ଅଫର ଅନୁସାରେ ଏହି ହ୍ୟାଣ୍ଡସେଟ୍ କିଣିଲେ ଗ୍ରାହକଙ୍କୁ ସବୁଠାରୁ କମ୍ ମୂଲ୍ୟରେ କ୍ରୟ କରିବାର ସୁଯୋଗ ମିଳିବ । ଆଇଫୋନ୍ ୧୫ର ଓରିଜିନାଲ ପ୍ରାଇ ୭୯,୯୦୦ ଟଙ୍କା ରହିଥିବା ବେଳେ ଆମାଜନ ପ୍ଲାଟଫର୍ମରେ ଏହା ମାତ୍ର ୬୦ ହଜାର ଟଙ୍କାରେ ମିଳୁଛି । ଅର୍ଥାତ ଏହି ହ୍ୟାଣ୍ଡସେଟର ଗ୍ରାହକମାନେ ଏକାଥରକେ ୨୦ ହଜାର ଟଙ୍କାର ଫାଇଦା ପାଇପାରିବେ । ଆଇଫୋନ୍ ୧୫ (୧୨୮ ଜିବି)ର ଅଫରକୁ ଏକ ବ୍ୟାନର ଜରିଆରେ ଲିଷ୍ଟେଡ କରାଯାଇଛି । ଫୋନର ମୂଲ୍ୟ ୬୦,୭୧୦ ଟଙ୍କା ବୋଲି ସେଥିରେ ଦର୍ଶାଯାଇଛି । ସେଥିରେ ବ୍ୟାଙ୍କ ଅଫର ୪ ହଜାର ଟଙ୍କା ରହିଛି । ୬ ମାସର ନୋ କଷ୍ଟ ଇଏମଆଇ ନେଲେ ୩୧୯୧ ଟଙ୍କାର ରିହାତି ରହିଛି । ଏକ୍ସଚେଞ୍ଜରେ ୩ ହଜାର ଟଙ୍କା ଛାଡ଼ କରାଯିବ । ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଥିବା ବେଳେ ପ୍ରାଇମେରୀ କ୍ୟାମେରା ଓ ସେକେଣ୍ଡାରୀ କ୍ୟାମେରା ୧୨ଏମପିର ରହିଛି ।

Get real time updates directly on you device, subscribe now.