fbpx

ଶସ୍ତାରେ ମିଳିବ iPhone ! ଏହି ଦିନ ହେବ ଲଞ୍ଚ୍‌… ରହିଛି ଏହି ସବୁ ଫିଚର

ନୂଆଦିଲ୍ଲୀ: ନିକଟରେ ଆପଲ କମ୍ପାନୀ iPhone ସିରିଜ୍ 16କୁ ନେଇ ଚର୍ଚ୍ଚାରେ ଥିଲା । ବର୍ତ୍ତର୍ମାନ iPhone କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ଆପଲ iPhone SE 4 ଲଞ୍ଚ୍ କରିବାକୁ ଯୋଜନା କରୁଛି । ତେବେ ଆସନ୍ତୁ ଜାଣିବା ଏହା ଦ୍ୱାରା ୟୁଜର୍ସଙ୍କ ପାଇଁ କିପରି ଲାଭଦାୟକ ହେବ ।

ରିପୋର୍ଟରୁ ପ୍ରକାଶ iPhone SE 4 ମାର୍ଚ୍ଚ ୨୦୨୫ରେ ଲଞ୍ଚ୍ ହୋଇପାରେ । କିନ୍ତୁ ଏନେଇ କମ୍ପାନୀ ତରଫରୁ ଅଧିକାରିକ ସୂଚନା ମିଳିନି । iPhone SE 4ରେ ଅନେକ ଭଲ ଫିଚର ରହିବା ନେଇ ଆଶା କରାଯାଉଛି । ଏହା ଶସ୍ତା ସ୍ମାର୍ଟଫୋନ୍ ଜଗତରେ ଏକ ଦୃଢ଼ ପ୍ରତିଦ୍ୱନ୍ଦୀ ଭାବେ ଉଭା ହେବ । ଆପଲ ଏହି ଫୋନରେ ଏଆଇ ଆଧାରିତ ଫିଚର ରହିବ ଯାହା ୟୁଜର୍ସଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ କରିବ ଏବଂ ଏଥିରେ ଲେନ୍ସ କ୍ୱାଲିଟି ମଧ୍ୟ ଉତ୍କୃଷ୍ଟ ରହିବ ।

iPhone SE 4ର କ’ଣ ରହିଛି ବିଶେଷତ୍ୱ ?

OLED ଡିସପ୍ଲେ: ସାଧାରଣତଃ ଏହି ଫିଚର ମହଙ୍ଗା ସ୍ମାର୍ଟଫୋନରେ ରହିଥାଏ ।

A18 ଚିପ୍ ସେଟ୍‌: ଏହି ପ୍ରୋସେସର ଲେଟେଷ୍ଟ iPhone 16ରେ ରହିଛି ଯାହା iPhone SE 4ରେ ଉପଲବ୍ଧ ହେବ ।

USB ଟାଇପ୍ ସି ଚାର୍ଜିଂ: iPhone 16 ଭଳି iPhone SE 4ରେ ମଧ୍ୟ ଟାଇପ୍‌- ସି ଚାର୍ଜିଂ ଉପଲବ୍ଧ ହେବ ।

କହିରଖୁଛୁ iPhone SE 4ର ମୂଲ୍ୟ iPhone 16 ଠାରୁ କମ୍ ରହିବ । ଶସ୍ତାରେ iPhone କିଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ହେବ । ବର୍ତ୍ତମାନ ଏହି iPhoneକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଲାଣି ।

Get real time updates directly on you device, subscribe now.