fbpx

IPL ପାଇଁ BCCIର ଆକ୍ସନ: କମେଣ୍ଟେଟର-ଖେଳାଳିଙ୍କ ଉପରେ ଲାଗିବ ୯ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଆଇପିଏଲ ଟିମ୍, ଖେଳାଳିଙ୍କ ସହ କମେଣ୍ଟେଟର ମଧ୍ୟ ଖୁବ ଆକ୍ଟିଭ ରହିଛନ୍ତି । ସୋସିଆଲ ମିଡିଆରେ ଲଗାତାର ମ୍ୟାଚ ବେଳର ବିଭିନ୍ନ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ତେବେ ଏହିସବୁ ଘଟଣାକୁ ନେଇ ଆକ୍ସନ ମୋଡକୁ ଆସିଛି ବିସିସିଆଇ । ସୋସିଆଲ ମିଡିଆରେ ଖେଳାଳି ଏବଂ କମେଣ୍ଟେଟରମାନଙ୍କ ଫଟୋ ଭିଡିଓ ସେୟାର କରିବାକୁ ନେଇ ବିସିସିଆଇ ଏବଂ ବ୍ରଡକାଷ୍ଟର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ନିୟମର ଉଲ୍ଲଙ୍ଘନ ବୋଲି କହିଛି ଭାରତୀୟ କ୍ରିକେଟ ବୋର୍ଡ ।

ତେବେ ସୋସିଆଲ ମିଡିଆରେ ଫଟୋ-ଭିଡିଓ ପୋଷ୍ଟ କରିବା ବ୍ରଡକାଷ୍ଟ ରାଇଟ୍ସ ହୋଲ୍ଡର୍ସଙ୍କୁ ସର୍ବାଧିକ ସମସ୍ୟାର ସମ୍ମୁଖୀନ ହୋଇଛି । ଏହାଦ୍ୱାରା ବ୍ରଡକାଷ୍ଟରମାନଙ୍କର କ୍ଷତି ହୋଇଥାଏ ଏବଂ ଏହା ନିୟମ ବିରୁଦ୍ଧ ବୋଲି କୁହାଯାଇଛି । ତେଣୁ ବିସିସିଆଇ ଏ ନେଇ ଏକ ପରାମର୍ଶ ଜାରି କରିଛି । ନିକଟରେ ପୂର୍ବତନ ଭାରତୀୟ ଖେଳାଳି କମେଣ୍ଟେଟର କମେଣ୍ଟ୍ରି ସମୟରେ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏହାର କିଛି ସମୟ ପରେ ବିସିସିଆଇର ଜଣେ ସଦସ୍ୟ ତାଙ୍କୁ ଏହି ଫଟୋ ଡିଲିଟ କରିବାକୁ ଆଦେଶ ଦେଇଛନ୍ତି । କିନ୍ତୁ କମେଣ୍ଟେଟର ଏଥିପାଇଁ ମନା କରି ଦେଇଛନ୍ତି । ତେବେ ନିୟମ ମନେ ପକାଇବା ପରେ ପୂର୍ବତନ ଖେଳାଳି ଏହି ଫଟୋ ଡିଲିଟ କରିଛନ୍ତି ।

ସୂଚନା ଅନୁସାରେ, ବିସିସିଆଇ ବର୍ତ୍ତମାନ ସମସ୍ତଙ୍କୁ ଏହି ଆଦେଶ ଜାରି କରିଛି । କୌଣସି ଖେଳାଳି ବା କମେଣ୍ଟେଟର ଏହି ନିୟମ ଭାଙ୍ଗିଲେ ଏଥିପାଇଁ ଦଣ୍ଡବିଧାନ ରହିବ । ଏଥିପାଇଁ ଅଭିଯୁକ୍ତଙ୍କୁ ୯ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ବିସିସିଆଇ ସୂଚାଇ ଦେଇଛି । ନିକଟରେ ଜଣେ କମେଣ୍ଟେଟର ଷ୍ଟାଡିୟମରୁ ଇନଷ୍ଟାଗ୍ରାମ ଲାଇଭ କରିଥିବା ବେଳେ ଏକ ଆଇପିଏଲ ଟିମ ମ୍ୟାଚ ସମୟେରେ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିପାଇଁ ଦଳକୁ ୯ ଲକ୍ଷ ଟଙ୍କା ଜରିମାନା ଲାଗୁ ହେଇଛି ।

ବିସିସିଆଇ ତରପରୁ କୁହାଯାଇଛି ଯେ, ଆଇପିଏଲ ଟିମକୁ ମ୍ୟାଚ ସମୟରେ ଫଟୋ ଏବଂ ଭିଡିଓ ରେକର୍ଡ କରିବା ପାଇଁ ଅନୁମତି ମିଳିନଥାଏ । କିନ୍ତୁ ମ୍ୟାଚ ସମୟରେ ସୀମିତ ଫଟୋ ଅପଲୋଡ କରିପାରନ୍ତି । ତେଣୁ କମେଣ୍ଟେଟର ମ୍ୟାଚ ସମୟରେ ସୋସିଆଲ ମିଡିଆରେ କୌଣସି ଫଟୋ କିମ୍ବା ଭିଡିଓ ପୋଷ୍ଟ କରିପାରନ୍ତି ନାହିଁ । ତେଣୁ ସେମାନେ ନିୟମ ଅନୁସାରେ, ଲିମିଟେଡ୍ ଫଟୋ ପୋଷ୍ଟ କରିପାରିବେ ଏବଂ ସୋସିଆଲ ମିଡିଆରେ ମ୍ୟାଚର ଲାଇଭ ଅପଡେଟ ଦେଇପାରିବେ । ତେବେ ଏହି ନିୟମ ଭାଙ୍ଗିଲେ ଫ୍ରାଞ୍ଚାଇଜି ଉପରେ ୯ ଲକ୍ଷ ଟଙ୍କା ଜରିମାନା ଲାଗୁ ହେବ ବୋଲି ବିସିସିଆଇ ଚେତାଇ ଦେଇଛି ।

Get real time updates directly on you device, subscribe now.