fbpx

ଉତ୍ତରପ୍ରଦେଶରେ ମୁସଲିମ ଭୋଟରଙ୍କୁ ନେଇ ଟଣା-ଓଟରା; ପ୍ରାର୍ଥୀଙ୍କ ଉପରେ ରହିଛି BSP, ସପା, ବିଜେପି ଏବଂ କଂଗ୍ରେସର ନଜର

ଲକ୍ଷ୍ନୌ: ଆଉ କିଛି ଦିନରେ ଲୋକସଭା ନିର୍ବାଚନ । ଏଥିପାଇଁ ପ୍ରଚାର କାର୍ଯ୍ୟ ସହ ବିଭିନ୍ନ ରାଜନୈତିକ ଦଳ ସହ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏଥିମଧ୍ୟରେ ଉତ୍ତରପ୍ରଦେଶରେ ମୁସଲିମ ଭୋଟରଙ୍କୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ରାଜ୍ୟର ମୁସଲିମ ଭୋଟ୍ ବ୍ୟାଙ୍କରେ ସବୁଠାରୁ ଅଧିକ ଦାବିଦାର ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟରେ ରହିଥିବା ବିବେଚିତ କରାଯାଉଛି । ଅପରପକ୍ଷରେ ବହୁଜନ ସମାଜ ପାର୍ଟି ଏବଂ ବିଜେପି ଅଧିକ ମୁସଲିମ ଭୋଟ ପାଇଁ ଆଶାୟୀ ଅଛନ୍ତି ଏବଂ ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ବ୍ୟାନର ତଳେ ସପା ଏବଂ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି । ନିର୍ବାଚନରେ ମୁସଲିମ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଲ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ବହୁଜନ ସମାଜ ପାର୍ଟି ୧୧ ଜଣ ମୁସଲିମ ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଥିବା ବେଳେ ସପା କେବଳ ୩ ଜଣ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିଛି । ସେହିପରି କଂଗ୍ରେସ ପକ୍ଷରୁ ୨ ଜଣ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ନିକଟରେ ଅସଦ୍ଦୁଦୀନ ଓୱାଇସି ନିଜ ଦଳ କମେରାୱାଦୀ ସହ ପିଡିଏମ୍ ମେଣ୍ଟ କରି ପ୍ରଥମ ପ୍ରାର୍ଥୀ ତାଲିକ ପ୍ରକାଶ କରିଛି ଯେଉଁଥିରେ ଜଣେ ମୁସଲମାନ ପ୍ରାର୍ଥୀ ରହିଛନ୍ତି । ଅପରପକ୍ଷରେ ବିଜେପି ମୁସଲମାନ ଭୋଟରଙ୍କୁ ଏକାଠି କରିବା ପାଇଁ ସହଯୋଗୀ ଦଳଗୁଡ଼ିକର ସାହାଯ୍ୟ ଲୋଡ଼ିଛି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଗ୍ରାମୀଣ ମୁସଲିମ ଭୋଟରଙ୍କୁ ଏକାଠି କରିବା ନେଇ ରଣନୀତି ପ୍ରସ୍ତୁତ କରୁଛି । ମୁସଲିମ ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ଶୁକ୍ରିୟା ମୋଦୀ ଭାଇଜାନ୍ ନାମକ ଅଭିଯାନ ଆରମ୍ଭ କରାଯିବା ନେଇ ପ୍ରସ୍ତତି ଜାରି ରହିଛି । ଏହି ସବୁ ରାଜ୍ୟରେ ମୁସଲିମ ଜନସଂଖ୍ୟା ଅଧିକ ରହିଛି । ମୁରାଦାବାଦ(୫୦.୮%), ରାମପୁର(୫୦.୫୭%), ବିଜନୌର(୪୩%), ସହରାନପୁର- ମୁଜଫର ନଗର(୪୧%), ଅମରୋହା(୪୦.୭୮%), ବଲରାମପୁର(୩୭.୫୧%), ବରେଲି-ମେରଠ(୩୪%), ବହରାଇଜଚ୍‌(୩୩.୫୩%), ହାପୁଡ଼- ସମ୍ଭଲ(୩୨%), ବାଗପତ(୨୭%), ଅମେଠି(୨୦), ଅଲିଗଡ଼(୧୯%), ଗୋଣ୍ଡା(୧୯.୭୬%), ଲକ୍ଷ୍ନୌ(୨୧.୪୬%), ଲକ୍ଷ୍ମୀପୁର ଖିରୀ(୨୦%), ପିଲିଭୀତ(୨୪.୧୧%), ମହାରାଜଗଞ୍ଜ(୧୭.୪୬%) ଏବଂ ସିଦ୍ଧାର୍ଥନଗର(୨୯.୨୩%) ।

Get real time updates directly on you device, subscribe now.