fbpx

ଆଜିଠୁ ଫଟାଫଟ୍‌ କ୍ରିକେଟ୍ ମହାକୁମ୍ଭ: ଉଦ୍‌ଘାଟନି ମ୍ୟାଚରେ ସୁରପ କିଙ୍ଗସ ଓ ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା

ମୁମ୍ବାଇ : ଆଜିଠୁ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ  । ମୋଟ୍‌ ୩ଟି ଭେନ୍ୟୁରେ ମୁମ୍ବାଇ, ନଭି ମୁମ୍ବାଇ ଓ ପୁନେ) ଏଥର ସିଜନର ୭୦ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ । ବେଶ୍‌ କିଛି ଦିନ ହେଲା ପୁନେ ଓ ମୁମ୍ବାଇରେ ୧୦ଟି ଯାକ ଦଳର ପ୍ରସ୍ତୁତି ଶିବିର ଆରମ୍ଭ ହୋଇଯାଇଛି । ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ଗୁଜରାଟ ଟାଇଟନ୍ସର ଶିବିରରେ ଉତ୍ସାହ ଦୁଇ ଗୁଣା ରହିଛି । ଚଳିତ ବର୍ଷ ଚେନ୍ନାଇ ସୁରପ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଉଦ୍‌ଘାଟନି ମ୍ୟାଚ୍ ଖେଳାଯିବା।

ଗତ ଦୁଇ ବର୍ଷ ଧରି କରୋନା ସଂକ୍ରମଣ କାରଣ ନେଇ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) କ୍ରିକେଟ ଭାରତରେ ଅନୁଷ୍ଠିତ ଅନୁଷ୍ଠିତ ହୋଇ ପାରି ନ ଥିଲା । ୨୦୨୦ରେ ସମ୍ପୂର୍ଣ୍ଣ ଆଇପିଏଲ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହୋଇ ଥିବା ବେଳେ ଗତ ବର୍ଷ ପ୍ରଥମ ଭାଗ ଭାରତରେ ଓ ଦ୍ୱିତୀୟ ଭାଗ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରା ଯାଇଥିଲା । ଗତ ବର୍ଶ ଭାରତରେ ସମ୍ପୂର୍ଣ୍ଣ ଆଇପିଏଲ ଆୟୋଜନ ପାଇଁ ଯୋଜନା କରା ଯାଇଥିଲା । ମାତ୍ର କିଛି ସଂଖ୍ୟକ ମ୍ୟାଚ ଅନୁଷ୍ଠିତ ହେବା ପରେ ହଠାତ ବିଭିନ୍ନ ଫ୍ରାଞ୍ଚାଇଜର କେତେକ ଖେଳାଳି କରୋନାରେ ଆକ୍ରାନ୍ତ ହେବା ଯୋଗୁ ଅବଶିଷ୍ଟ ମ୍ୟାଚ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରିବାକୁ ପଡିଥିଲା । ତେବେ ଚଳିତ ବର୍ଷ ପ୍ରାରମ୍ଭରେ କରୋନା ପ୍ରକୋପ ଭୟଙ୍କର ରୂ ନେବାଯୋଗୁଁ ଭାରତରେ ଆଇପିଏଲ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।ମାତ୍ର ଧୀରେ ଧୀରେ କରୋନା ସଂକ୍ରମଶ ହ୍ରାସ ପାଇବା ଯୋଗୁ ଭାରତରେ ସଫଳତାର ସହିତ ଆୟୋଜନ କରିବାକୁ ବିସିସିଆଇ ଅଣ୍ଟା ଭିଡିଛି । ମାତ୍ର କରୋନା ପରିସ୍ଥିତିକୁ ଦେଖି କେବଳ ଗୋଟିଏ ସହରରେ ଚଳିତ ବର୍ଷର ଆଇପିଏଲ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । ତେଣୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଢିୟମ ,ଡି ୱାଇ ପଟେଲ ଷ୍ଟାଡିୟମ ଓ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଆଇପିଏଲର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ ।

କେବଳ ପ୍ଳେ ଅଫ ମ୍ୟାଚ, ଏଲିମିନେସନ ମ୍ୟାଚ ଓ ଫାଇନାଲ ମ୍ୟାଚ କେଉଁ ଠାରେ ଅନୁଷ୍ଠିତ ହେବ ତାହା ସ୍ଥିର ହୋଇ ନାହିଁ । ତେବେ ଚଳିତ ବର୍ଷର ଆଇପିଏଲ ବରାବର ଆକର୍ଷଣୀୟ,ସଂଘର୍ଷପୂର୍ଣ୍ଣ ଓ ବିଶେଷ ଉପଭୋଗ୍ୟ ହେବ ବୋଲି ଅନୁମାନ । କାରଣ ଦୁଇ ନୂଆ ଫ୍ରଶଞ୍ଚାଇଜ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ସାମିଲ ହେବା ଫଳରେ ସବୁ ଦଳର ଖେଳାଳିଙ୍କ ମଧ୍ୟରେ ବ୍ୟାପକ ଅଦଳ ବଦଳ ହୋଇଛି । ପୂର୍ବରୁ ଖେଳି ଆସୁଥିବା ୮ ଫ୍ରାଞ୍ଚାଇଜ ପାଇଁ ନିୟମିତ ଖେଳି ଆସୁଥିବା କ୍ରିକେଟରଙ୍କ ମଧ୍ୟାରୁ କେବଳ ୪ ଖେଳାଳିଙ୍କୁ ରଖି ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କର ଅବଶିଷ୍ଟ ଖେଳାଳିଙ୍କୁ ରିଲିଜ କରିବାକୁ ପଡିଥିଲା । ତେଣୁ ଚଳିତ ବର୍ଷ ସମ୍ପୂର୍ଣ୍ଣ ଖେଳାଳିଙ୍କୁ ନେଇ ଚଳିତ ବର୍ଷ ନୂଆ ନିଲାମ ପ୍ରକ୍ରିଆ ଅନୁଷ୍ଠିତ ହୋଇଥିଲା । ତେଣୁ ନୂଆ ଦଳକୁ ନେଇ ୧୦ ଦଳ ମଧ୍ୟରେ ହେବ ମହା ସଂଗ୍ରାମ ।

ଗତ ବର୍ଷ ଚେନ୍ନାଇ ସୁରପ କିଙ୍ଗସ ଫାଇନାଲରେ ବିଜୟ ଲାଭ କରି ଚତୁର୍ଥ ଥର ପାଇଁ ଟାଇଟଲ ହାସଲ କରିଥିଲା । ଚଳିତ ବର୍ଷ ଅଧିକ ଦୁଇ ଦଳ ସାମିଲ ହେବା ଯୋଗୁଁ ମୋଟ ୭୪ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁରପ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା । ସେହିପରି ୨୭ ତାରିଖ ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଓ ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ତେବେ ଟାଇଟଲ ହାସଲ ପାଇଁ କଡା ଟକ୍କର ହେବ । ସେହିପରି ଦୃଷ୍ଟିରୁ ଆଇପିଏଲର ସବୁ ମ୍ୟାଚ କଡା ସଂଘର୍ଷ ପୂର୍ଣ୍ଣ ଓ ଉପଭୋଗ୍ୟ ହେବ ।

Get real time updates directly on you device, subscribe now.