ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ତମ ସିଜିନ୍ ଏବେ ଶେଷ ହେବାକୁ ଯାଉଛି। ଏହାର ଶେଷ ମ୍ୟାଚ୍ ୩ ଜୁନରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ଫାଇନାଲ୍ ୨୫ ମେ’ରେ ଖେଳାଯିବାର ଥିଲା, କିନ୍ତୁ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା।
ଏବେ ବିସିସିଆଇ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। IPL 2025 ଉଦ୍ଜାପନ ଉତ୍ସବରେ ଅପରେସନ ସିନ୍ଦୂରର ସଫଳତା ପାଳନ କରାଯିବ।
ଆଇପିଏଲ ୨୦୨୫ର ଉଦ୍ଜାପନ ଉତ୍ସବ ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି।
ପହଲଗାମ ଆକ୍ରମଣ ପରେ, ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏହି ସମ୍ମାନ ଭାରତୀୟ ସେନା ବୋର୍ଡକୁ ଦିଆଯିବ।
ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, “ବିସିସିଆଇ ପକ୍ଷରୁ, ମୁଁ ଆମର ସାହସୀ ସୈନିକଙ୍କ ସାହସ, ଶକ୍ତି ଏବଂ ନିଃସ୍ୱାର୍ଥପର ସେବାକୁ ସଲାମ କରୁଛି।
ଆମର ସାହସୀ ସୈନିକମାନେ ଅପରେସନ ସିନ୍ଦୂର ସମୟରେ ସାହସ ଦେଖାଇଥିଲେ। ଦେଶକୁ ସୁରକ୍ଷିତ ରଖିବା ବ୍ୟତୀତ, ସେମାନେ ଆମ ସମସ୍ତଙ୍କୁ ପ୍ରେରଣା ଦିଅନ୍ତି।
ଏହି ସମ୍ମାନରେ, ଆମେ IPL 2025 ଉଦ୍ଜାପନ ସମାରୋହ ସେନାକୁ ଉତ୍ସର୍ଗ କରିବାକୁ ଏବଂ ସୈନିକମାନଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛୁ। କ୍ରିକେଟ ଦେଶର ସବୁଠାରୁ ପ୍ରିୟ ଖେଳ ହୋଇପାରେ। କିନ୍ତୁ ଦେଶର ଅଖଣ୍ଡତା ଏବଂ ସୁରକ୍ଷା ସବୁଠୁ ଉପରେ।”