‘ପ୍ରାଉଡ୍ ଅଫ୍ ଇଣ୍ଡିଆନ ଆର୍ମୀ’, IPLରେ ଭାରତୀୟ ସେନାର ବୀରତ୍ୱକୁ ଏପରି କରାଗଲା ସଲାମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ୫୭ମ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଛି।

ଏହି ମ୍ୟାଚକୁ ସିଏସକେର ଟିମ ୨ ୱିକେଟରେ ବିଜୟ ହାସଲ କରିଛି। ଏହି ମୁକାବିଲା ଆରମ୍ଭ ହେବା ପୂର୍ବରୁ ଦୁଇ ଟିମର ପ୍ଲେୟର୍ସ ଏବଂ ଷ୍ଟାଡିୟମରେ ଥିବା ସମସ୍ତ ଫ୍ୟାନ୍ସ ଭାରତୀୟ ସେନାର ବୀରତ୍ୱକୁ ସଲାମ କରିଛନ୍ତି। ଏଥିରେ ଅପରେସନ ସିନ୍ଦୂରକୁ ନେଇ ସମସ୍ତଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଜୀବନର ପ୍ରତିଶୋଧ ଭାରତୀୟ ସେନା ବୁଧବାର ଭୋର ସମୟରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରି ମାଟିରେ ମିଶାଇଦେଇଛି ଭାରତ।

ତେବେ ଏହି ଅପରେସନର ଖୁସି ସାରା ଦେଶରେ ବୁଧବାର ଦିନ ଦେଖିବାକୁ ମିଳିଛି। ତେବେ ଗତକାଲି ଆଇପିଏଲ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଂଗୀତ ସହ ଭାରତୀୟ ସେନାଙ୍କ ବୀରତ୍ୱକୁ ସଲାମ କରିଥିଲେ ପ୍ଲେୟର୍ସ। ଏଥିସହ ସାରା ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ‘ପ୍ରାଉଡ ଅଫ ଇଣ୍ଡିଆ ଆର୍ମୀ’।