fbpx

ଆଇପିଏଲ୍ ଖେଳାଳି ନିଲାମ ପାଇଁ ପ୍ରାକ୍‌ ପ୍ରସ୍ତୁତି, ଆଲୋଚନା ପାଇଁ ଚେନ୍ନାଇରେ ପହଞ୍ଚିଲେ ଧୋନି

ଚେନ୍ନାଇ: ଆସନ୍ତା ଫେବୃୟାରୀ ୧୨ ଓ ୧୩ ତାରିଖ ଦିନ ବେଙ୍ଗାଲୁରରେ ଚଳିତ ବର୍ଷର ଆଇପିଏଲ ପାଇ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଗୁଆ ଆଲୋଚନା ଓ ପ୍ରସ୍ତୁତି କରିବା ପାଇଁ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶୁକ୍ରବାର ଦିନ ସେଠାରେ ପହଞ୍ଚିଛନ୍ତି ।

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଦୁଇ ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ  ଅହମଦାବାଦ ସାମିଲ ହୋଇଥିବା ଦୃଷ୍ଟିରୁ ପୂବର ୮ ଫ୍ରାଞ୍ଚାଇଜ କେବଳ ୪ ଜଣ ଲେଖାଏଁ ଖେଳାଳିଙ୍କୁ ବାଦଦେଇ ଦଳର ଅନ୍ୟ ସମସ୍ତ ଖେଳାଳିଙ୍କୁ ରିଲିଜ କରିଛନ୍ତି । ତେଣୁ ଚେନ୍ନାଇ ସୁପର କିଙ୍ଗସ ଧୋନିଙ୍କ ସହିତ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ରୁତୁରାଜ ଗାଏକ୍ୱାଡ ଓ ମୋଇନ ଅଲିଙ୍କୁ ରିଟେନ କରିଛି । ଅବଶିଷ୍ଟ ଖେଳାଳି ନିଲାମ ପ୍ରକ୍ରିୟାରୁ ଚୟନ କରିବ ଚେନ୍ନାଇ ସୁପର କିଙ୍ଗସ୍‌ । ସେହି ଦୃଷ୍ଟିରୁ କେଉଁ ଖେଳାଳିଙ୍କୁ ଚେନ୍ନାଇ ସୁପର କିଙ୍ଗସ ପସନ୍ଦ କରିବ ,ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ଧୋନି ଏଠାରେ ଆଗୁଆ ପହଞ୍ଚିଛନ୍ତି ।

ସୂଚନା ଯୋଗ୍ୟ ଯେ, ଧୋନି ଚଳିତ ବର୍ଷ ୧୨ କୋଟି ଓ ରବିନ୍ଦ୍ର ଜାଡେଜା ୧୬ କୋଟି , ମୋଇନ ଅଲି ୮ କୋଟି ଓ ରୁତୁରାଜ ଗାଏକ୍ୱାଡ ୬ କୋଟି ଟଙ୍କା ବିନିମୟରେ ଚେନ୍ନାଇ ସୁପର କିଙ୍ଗସ ସହିତ ଅନୁବନ୍ଧିତ ହୋଇଛନ୍ତି ।

Get real time updates directly on you device, subscribe now.