fbpx

ଆଜି ଆଇପିଏଲ୍ ଫାଇନାଲ୍, ଗୁଜୁରାଟ ପ୍ରଥମ ଟାଇଟଲ୍ ପାଇଁ ପ୍ରସ୍ତୁତ, ୧୪ ବର୍ଷ ପରେ ଇତିହାସ ଦୋହରାଇବାକୁ ରାଜସ୍ଥାନର ନଜର

ଅହମ୍ମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ ସିଜନ୍ ର ରୋମାଞ୍ଚ ଆସି ଫାଇନାଲରେ ପହଞ୍ଚି ସାରିଛି। ଆଜି ଫାଇନାଲ ମୁକାବିଲା ସନ୍ଧ୍ୟା ୮ଟା ସମୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଅହମ୍ମଦାବାଦ୍ ରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ପୂରା ବିଶ୍ୱର ନଜର ଆଜି ଆଇପିଏଲ ଫାଇନାଲ ଉପରେ ରହିବ। ଆଜି ହୁଏ ତ ଆଇପିଏଲକୁ ଏକ ନୂଆ ଚାମ୍ପିଅନ ମିଳିବା କିମ୍ବା ରାଜସ୍ଥାନ ୧୪ ବର୍ଷର ଇତିହାସକୁ ପୁଣି ଦୋହରାଇବ।

ଏହି ଦୁଇ ଟିମ୍ ପଏଣ୍ଟ ଟେବୁଲର ଶିର୍ଷରେ ରହିଥିଲେ। ଏବେ ଦୁହେଁ ପୁଣି ଫାଇନାଲରେ ମୁହାଁମୁହିଁ ହେବେ। ପୁର୍ବରୁ ଗୁଜରାଟ ରାଜସ୍ଥାକୁ ଦୁଇଥର ପରାଜିତ କରିସାରିଛି। ଦୁଇ ଟିମ୍ ମଧ୍ୟରୁ ଏକ ଟିମ୍ ଯିିଏ ପ୍ରଥମ ଆଇପିଏଲରେ ହିଁ ଫାଇନାଲକୁ ପ୍ରବେଶ କରିଛି। ଅନ୍ୟପଟେ ୨୦୦୮ ପରେ ଦ୍ୱିତୀୟ ଥର ପାଇଁ ରାଜସ୍ଥାନ ଫାଇନାଲକୁ ଆସିଛି। ଏଭଳି ସ୍ଥିତିରେ କ୍ରକେଟ୍ ପ୍ରେମୀଙ୍କ ପାଇଁ ଆଜି ର ସନ୍ଧ୍ୟା ବୁହୁତ୍ ରୋମାଞ୍ଚକର ହେବାକୁ ଯାଉଛି।

Get real time updates directly on you device, subscribe now.