fbpx

ଦକ୍ଷିଣ ଚୀନ୍‌ରେ ବନ୍ୟା ବିତ୍ପାତ: ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୧୫ ମୃତ, ୩ ନିଖୋଜ ଥିବା ସୂଚନା

ବେଜିଂ : ଦକ୍ଷିଣ ଚୀନ୍‌ରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେଠାରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ମୂଷଳଧାରାରେ ବର୍ଷା ଓ ବନ୍ୟା ଯୋଗୁଁ ଅତି କମ୍‌ରେ ୧୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି । ସେହପରି ୟୁନାନ୍‌ ପ୍ରାନ୍ତରରେ ୩ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ଫୁଜିୟାନର ଏକ ଫ୍ୟାକ୍ଟ୍ରି ବନ୍ୟାରେ ଭୁଶୁଡ଼ି ଡ଼ିଛି । ସୁରକ୍ଷାକର୍ମୀମାନେ ଏଠାରୁ ୫ଜଣ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଥିବା ବେଳେ ଏଠାରେ ମୋଟ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଗୁଆଙ୍ଗସି ଇଲାକାରେ ୩ଜଣ ଶିଶୁ ପାଣିରେ ଭାସିଯାଇଥିବା ବେଳେ ୨ଜଣଙ୍କ ଶବ ଉଦ୍ଧାର କରାଯାଇଛି ଓ ଅନ୍ୟ ଜଣେ ଶିଶୁକୁ ଜୀବିତ ଉଦ୍ଧାର କରାଯାଇଛି । ସମସ୍ତ ଯୋଗାଯୋଗ ବ୍ୟବସ୍ଥା ଏଠାରେ ବିଚ୍ଛିନ୍ନ ହୋଇଯାଇଛି । ବହୁ ସ୍ଥାନରେ ବିଦ୍ୟୁତ୍‌ ସରବରାହ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି ।

Get real time updates directly on you device, subscribe now.