fbpx

IPLର ନାଁ ବଦଳି ହେବ ‘The M.S Dhoni Trophy’! କାରଣ ଜାଣି ରଖନ୍ତୁ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଚଳିତବର୍ଷ ଆଇପିଏଲରେ ଖୁବ ଚର୍ଚ୍ଚା ଲାଗି ରହିଛି । ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଯାଇଥିଲେ ମଧ୍ୟ ଲୋକଙ୍କ ମନରେ ଏବେ ବି ଧୋନୀଙ୍କ କ୍ରେଜ ପୂର୍ବ ପରି ରହିଛି । ତେବେ ଚଳିତବର୍ଷ ଧୋନୀଙ୍କୁ ଏକ ନୂଆ ରୂପରେ ଦେଖାଯାଇଛି । ଦଳରେ ସର୍ବଶ୍ରେଷ୍ଠ ଫିନିସର ଭାବରେ ଖେଳୁଥିବା ମାହି ଏବେ ଦଳ ପାଇଁ ଟେଲ-ଏଣ୍ଡର ଭୂମିକାରେ ନଜର ଆସୁଛନ୍ତି । ଏହାପରେ ବି ଧୋନୀଙ୍କ ଲୋକପ୍ରିୟତା ଷ୍ଟାଡିୟମର ଦର୍ଶକଙ୍କ ଭିତରେ ଦେଖିବାକୁ ମିଳିଥାଏ । ତେଣୁ ଧୋନୀଙ୍କ ଏହି ପପୁଲାରିଟି ଦେଖି ଆଇପିଏଲର ନାଁ ବଦଳିବାକୁ ଯାଉଛି । ଆଇପିଏଲ ଜାଗାରେ ଏବେ ଏହାକୁ ବୋଲି ନାମିତ କରାଯୋଇପାରେ ।

ଆଇପିଏଲର ୧୬ତମ ସିଜନରେ ଧୋନୀ ଏପର୍ଯ୍ୟନ୍ତ ଗୋଟିଏ ଇନିଂସରେ ୨୦ଟି ବଲ ମଧ୍ୟ ଖେଳି ନାହାନ୍ତି । ଏହାପରେ ମଧ୍ୟ ଲୋକ ମାହିଙ୍କର ଗୋଟିଏ ଝଲକ ଦେଖିବା ପାଇଁ ପାଗଳ ପରି ଅପେକ୍ଷା କରି ରହିଛନ୍ତି । ତେବେ ଧୋନୀ ୨ଟି ବଲ ଖେଳିବାକୁ ପଡିଆକୁ ଆସିଥିଲେ ବି ସେହି ମୁହୂର୍ତ୍ତକୁ ଖୁବ ଉପଭୋଗ କରିଥାନ୍ତି ଦର୍ଶକ । ଏପରିକି ବିରୋଧୀ ଦଳର ଷ୍ଟାଡିୟମରେ ମ୍ୟାଚ ଥିଲେ ମଧ୍ୟ ଗ୍ୟାଲେରୀରେ କେବଳ ୟେଲୋ ଜର୍ସି ଦେଖିବାକୁ ମିଳିଥାଏ । ତେଣୁ ଯଦି ଆଇପିଏଲକୁ କେବଳ ଧୋନୀ ୁ ଝଲକ ପାଇବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି, ତେବେ ଆଇପିଏଲର ନାଁ ବଦଳିଯିବା ଆବଶ୍ୟକ । ଇଣ୍ଡିଆନ ପ୍ରିମିୟର ଲିଗ ବଦଳରେ ଏହାର ନାଁ ‘ଦ ଏମ.ଏସ ଧୋନୀ ଟ୍ରଫି’ କରିଦେବା ଉଚିତ ହୋଇପାରେ । ଏହା ଫ୍ୟାନ୍ସମାନଙ୍କୁ ଧୋନୀଙ୍କ ସହ ସବୁ ଦିନ ପାଇଁ ଯୋଡି ରଖିବ ବୋଲି କୁହାଯାଇଛି ।

ତେବେ ଏହା ଏକ ଅଫିସିଆଲ ଘୋଷଣା ନୁହେଁ । ବର୍ତ୍ତମାନ ଏମିତି ଏକ ଆଲୋଚନା ମୁଣ୍ଡ ଟେକିଛି ଯେ, ଆଇପିଏଲର ନାଁ ବଦଳାଇ ‘ଦ ଏମ.ଏସ ଧୋନୀ ଟ୍ରଫି’ କରି ଦିଆଯିବା ଉଚିତ । ତେବେ ଚଳିତବର୍ଷ ଧୋନୀ ଦମଦାର ଫର୍ମରେ ରହିଥିବା ବେଳେ ଭିଣ୍ଟେଜ ମାହି ଲୁକରେ ମଧ୍ୟ ନଜର ଆସିଛନ୍ତି । ଇନିଂସର ଶେଷ ୨-୩ଟି ବଲ ପାଇଁ ମଇଦାନକୁ ଆସୁଥିବା ମାହି ପୁରୁଣା ଅନ୍ଦାଜରେ ଛକା ମାରି ଦଳକୁ ବଡ ସ୍କୋରରେ ପହଞ୍ଚାଉଛନ୍ତି । ତେବେ ଚେନ୍ନାଇ ସୁପର କିଙ୍ଗସ ପ୍ରତି ଧୋନୀଙ୍କ ତ୍ୟାଗ ଯୋଗୁଁ ଦଳ ପଞ୍ଚମ ଟାଇଟଲ ଜିତି ତାଙ୍କୁ ବିଦାୟ ଦେବାକୁ ଚେଷ୍ଟା କରୁଛି ।

Get real time updates directly on you device, subscribe now.