iQOO 13 ଭାରତରେ ଲଞ୍ଚ ହେଲା: ୬୦୦୦mAh ବ୍ୟାଟେରୀ ସହିତ ୫୦MPର ତିନୋଟି କ୍ୟାମେରା ରହିଛି

ନୂଆଦିଲ୍ଲୀ: ଭିଭୋର ସବ-ବ୍ରାଣ୍ଡ ଆଇକ୍ୟୁଓଓ ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ଆଇକ୍ୟୁଓଓ ୧୩କୁ ମାର୍କେଟକୁ ଛାଡ଼ିଥିବା ବେଳେ ଏଥିରେ ୫୦ ଏମପିର ତିନୋଟି ରିୟର କ୍ୟାମେରା ଓ ୬୦୦୦ଏମଏଏଚର ବ୍ୟାଟେରୀ ସୁବିଧା ରହିଛି । ଏଥିରେ ଆପଣଙ୍କୁ ୩୨ଏମପିର ସେଲଫୀ କ୍ୟାମେରା ସୁବିଧା ମିଳିବ । ଏହି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ଦମଦାର ଫିଚର୍ସ ମିଳିବ । ପୂର୍ବରୁ ଏହା ଚୀନ ବଜାରରେ ଲଞ୍ଚ ହୋଇସାରିଥିବା ବେଳେ ଏବେ ଭାରତୀୟ ବଜାରରେ ଲଞଚ ହୋଇଛି । ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ୮ ଏଲାଇଟ ପ୍ରୋସେସର ମିଳିବ । ଡିଭାଇସ ୧୪୪ଏଚଭେଡ ରିଫ୍ରେଶ ରେଟ ଯୁକ୍ତ ସ୍କ୍ରିନ ସହିତ ମାର୍କେଟକୁ ଆସିଛି ।

ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୫ ବେସଡ୍ ଫନଟଚ ଓଏସ ୧୪ ଉପରେ କାମ କରିଥାଏ । ଡିଭାଇସ ୬୦୦୦ଏମଏଏଚର ବ୍ୟାଟେରୀର ସହିତ ଆସିଛି, ଯାହାକି ୧୨୦ଡବ୍ଲ୍ୟୁର ଫାଷ୍ଟ ଚାର୍ଜିଂ ସପୋର୍ଟ କରିଥାଏ । ଏହି ଫୋନକୁ କମ୍ପାନୀ ଦୁଇଟି କନଫିଗ୍ରେସନରେ ଲଞ୍ଚ କରିଛି । ଏହାର ୧୨ଜିବି ରାମ ପ୍ଲସ ୨୫୬ ଜିବି ଷ୍ଟୋରେଜ ଥିବା ଭାରିଆଣ୍ଟର ମୂଲ୍ୟ ୫୪,୯୯୯ ଟଙ୍କା ରହିଛି । ସେହିପରି ୧୬ଜିବି ରାମ ପ୍ଲସ ୫୧ ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୫୯,୯୯୯ ଟଙ୍କା ରହିଛି । ଏହାକୁ ଆପଣମାନେ ଲିଜେଷ୍ଟ ଓ ନାର୍ଦୋ ଗ୍ରେ କଲର ଅପ୍ସନରେ କ୍ରୟ କରିପାରିବେ ।