fbpx

iQOO ଭାରତରେ ଲଞ୍ଚ କଲା 5500mAh ବ୍ୟାଟେରୀର ଦମଦାର ଫୋନ, ମିଳିବ ପ୍ରିମିୟମ ଫିଚର୍ସ

ନୂଆଦିଲ୍ଲୀ: iQOO ଭାରତରେ ନୂଆ ସ୍ମାର୍ଟଫୋନ ସିରିଜ ଲଞ୍ଚ କରିଛି। iQOO Z9s ସିରିଜରେ କମ୍ପାନୀ ଦୁଇଟି ଦମଦାର ଫୋନ ଭାରତୀୟ ବଜାରକୁ ଆଣିଛି, ଯାହା 5500mAhର ବ୍ୟାଟେରୀ, 50MP କ୍ୟାମେରା ସମେତ ଅନେକ ଦମଦାର ଫିଚର ସହ ଆସିଛି। ଏହି ସିରିଜରେ କମ୍ପାନୀ ଷ୍ଟଣ୍ଡାର୍ଡ ମଡେଲ ସହ ପ୍ରୋ ମଡେଲ ମଧ୍ୟ ଜାରି କରିଛି। ଏହି ଦୁଇଟି ଫୋନର ଲୁକ ଏବଂ ଡିଜାଇନ ସହ କିଛି ହାର୍ଡୱେୟାର ଫୋଚର୍ସ ମଧ୍ୟ ଭିନ୍ନ ଅଛି।

iQOO Z9s Pro 5Gକୁ ତିନି ଷ୍ଟୋରେଜ ଭାରିଆଣ୍ଟସ- 8GB RAM + 128GB, 8GB RAM + 256GB ଏବଂ 12GB RAM + 256GBରେ ଲଞ୍ଚ କରାଯାଇଛି। ଫୋନର ଆରମ୍ଭ ମୂଲ୍ୟ 24,999 ଟଙ୍କା। ସେହିପରି, ଅନ୍ୟ ଦୁଇ ଭ୍ୟାରିଆଣ୍ଟସର ମୂଲ୍ୟ କ୍ରମଶଃ ୨୬ ହଜାର ୯୯୯ ଟଙ୍କା ଏବଂ ୨୮ ହଜାର ୯୯୯ ଟଙ୍କା। ଏହି ଫୋନର ସେଲ ଇ-କମର୍ସ ୱେବସାଇଟ ଆମାଜନ ଏବଂ iQOOର ଅଫିସିଆଲ ଷ୍ଟୋରରେ ୨୩ ଅଗଷ୍ଟ ୧୨ଟାରେ ଆରମ୍ଭ ହେବ। ପ୍ରଥମ ସେଲରେ ଫୋନ କିଣାକିଣି ଉପରେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟ ମିଳିବ। ଏହି ଦୁଇ କଲରର ଅପସନ Luxe Marble ଏବଂ Flamboyant Orangeରେ କିଣିପାରିବେ।

iQOO Z9s 5Gକୁ ମଧ୍ୟ ତିନି ଷ୍ଟୋରେଜ ଭ୍ୟାରିଆଣ୍ଟ-8GB RAM + 128GB, 8GB RAM + 256GB ଏବଂ 12GB RAM + 256GB ରେ ଲଞ୍ଚ କରାଯାଇଛି। ଫୋନର ଆରମ୍ଭ ମୂଲ୍ୟ ୧୯ହଜାର ୯୯୯ଟଙ୍କା ଅଛି। ସେହିପରି ଅନ୍ୟ ଦୁଇ ଭ୍ୟାରିଆଣ୍ଟସର ମୂଲ୍ୟ ଯଥାକ୍ରମେ: ୨୧ ହଜାର ୯୯୯ଟଙ୍କା ଏବଂ ୨୩ ହଜାର ୯୯୯ ଟଙ୍କା ଅଛି। ଏହି ଫୋନର ସେଲ ଇ-କମର୍ସ ୱେବସାଇଟ ଆମାଜନ ଏବଂ iQOOର ଅଫିସିଆଲ ଷ୍ଟୋରରେ ୨୯ ଅଗଷ୍ଟ ଦିନ ୧୨ଟାରେ ଆରମ୍ଭ ହେବ। ପ୍ରଥମ ସେଲରେ ଫୋନର କିଣାକିଣି ଉପରେ ୨ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଡିସକାଉଣ୍ଟ ମିଳିବ। ଏହା ମଧ୍ୟ ଦୁଇଟି କଲର ଅପସନ Onyx Green  ଏବଂ Titanium Matte ରେ କିଣିପାରିବେ।

Get real time updates directly on you device, subscribe now.