fbpx

IRCTC ଲଞ୍ଚ କଲା ସ୍ପେଶାଲ ଟୁର୍ ପ୍ୟାକେଜ୍: କମ୍ ପଇସାରେ କରିପାରିବେ ତିରୁପତି ଓ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଦର୍ଶନ

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣପ୍ରିୟ ଅଟନ୍ତି ତେବେ ଆପଣଙ୍କ ପାଇଁ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଏନେଇ ଆଇଆରସିଟିସି ପକ୍ଷରୁ ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ପ୍ୟାକେଜରେ ଆପଣ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଓ ତିରୁପତି ବାଲାଜୀଙ୍କ ଦର୍ଶନ କରିପାରିବେ । ଏହି ଯାତ୍ରା ଆସନ୍ତା ଅକ୍ଟୋବର ୭ ତାରିଖରୁ ପାଟନାରୁ ଆରମ୍ଭ ହେବ ।

ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁପତିଙ୍କ ମନ୍ଦିରକୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯାଇଥାନ୍ତି । ସେହିପରି କୃଷ୍ଣା ଜିଲ୍ଲାରେ ଥିବା ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ମଧ୍ୟ ଦର୍ଶନ କରିପାରିବେ । ତାହା ଭଗବାନ ଶିବଙ୍କର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ । ପ୍ୟାକେଜରେ କମ୍ଫର୍ଟ କ୍ଲାସର ଟ୍ରିପଲ ଅକ୍ୟୁପ୍ୟାନ୍ସିରେ ଜଣେ ବ୍ୟକ୍ତି ପିଛା ୩୬,୩୩୦ ଟଙ୍କା ଖର୍ଚ୍ଚ ହେବ । ସେହିପରି ଡବଲ ଅକ୍ୟୁପ୍ୟାନ୍ସିରେ ଜଣେ ବ୍ୟକ୍ତିକୁ ୩୭,୨୦୦ ଓ ସିଙ୍ଗଲ ଅକ୍ୟୁପ୍ୟାନ୍ସିରେ ୪୫,୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୫ରୁ ୧୧ ବର୍ଷୀୟ ପିଲାଙ୍କ ପାଇଁ ବେଡ୍ ସହ ୩୦,୮୦୦ ଟଙ୍କା, ୨ରୁ ୪ ବର୍ଷୀୟଙ୍କ ପାଇଁ ବିନା ବେଟରେ ୨୨,୮୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଏହି ପ୍ୟାକେଜର ନାମ ତିରୁପତି ବାଲାଜୀ ୱିଥ ମଲ୍ଲିକାର୍ଜୁନ ଆଣ୍ଡ ରାମୋଜି ଫିଲ୍ମ ସିଟି ଡେଷ୍ଟିନେସନ କଭର- ତିରୁପତି, ଚାରମୀନାର, ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ, ରାମୋଜୀ ଫିଲ୍ମ ସିଟି ରଖାଯାଇଛି । ଏହି ଟୁରର ଅବଧି ୬ ଦିନ, ୫ ରାତି ରହିଥିବା ବେଳେ ସେଥିରେ ବ୍ରେକଫାଷ୍ଟ ଓ ଡିନର ସାମିଲ ରହିଛି । ଏହି ପ୍ୟାକେଜ ପାଇଁ ଆପଣ www.irctctourism.com ୱେବସାଇଟକୁ ଯାଇ ବୁକିଂ କରିପାରିବେ । ଏଥିସହିତ ଆଇଆରସିଟିସିର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଆଞ୍ଚଳିକ କାର୍ଯ୍ୟାଳୟରୁ ମଧ୍ୟ ବୁକିଂ କରିପାରିବେ ।

Get real time updates directly on you device, subscribe now.