fbpx

ଅନଲାଇନ୍ ଟିକେଟ୍ ପାଇଁ IRCTC ର ନୂଆ ନିୟମ, ନଜାଣିଲେ କରିପାରିବେନି ବୁକିଂ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଏବେ ଲୋକମାନେ ଅଫଲାଇନ୍ ଅପେକ୍ଷା ଅନଲାଇନ ଜରିଆରେ ଟିକେଟ୍ କରିବାକୁ ପସନ୍ଦ କରୁଛନ୍ତି । ଏହାରି ମଧ୍ୟରେ ଅନଲାଇନ୍ ଟିକେଟ କରୁଥିବା ଲୋକଙ୍କ ପାଇଁ ନୂଆ ନିୟମ ଆଣିଛି IRCTC । ଏଣିକି ଅନଲାଇନ୍ ଟିକେଟ କରୁଥିବା ଲୋକଙ୍କୁ ମୋବାଇଲ ଓ ଇ-ମେଲର ଭେରିଫିକେସନ କରିବାକୁ ପଡ଼ିବ । ଏହା ପରେ ହିଁ ଆପଣ ଟିକେଟ୍ କାରିପାରିବେ । ଏହି ନିୟମ ସେହି ଗ୍ରାହକମାନଙ୍କ ପାଇଁ ରହିଛି, ଯେଉଁମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଟ୍ରେନ୍ ଟିକେଟ୍ କରିନାହାନ୍ତି । ଏହି ପ୍ରକ୍ରିୟା ପାଇଁ ମାତ୍ର ୫୦ରୁ ୬୦ ସେକେଣ୍ଡର ସମୟ ଲାଗିବ ।

ତେବେ କରୋନା ସଂକ୍ରମଣ ଯୋଗୁଁ ଲମ୍ବା ସମୟ ପର୍ଯ୍ୟନ୍ତ ଟିକେଟ୍ ବୁକ୍ କରିନଥିବା ଯାତ୍ରୀମାନଙ୍କ ପାଇଁ ରେଲୱେ ପକ୍ଷରୁ ଏହି ନୂଆ ନିୟମ ପ୍ରସ୍ତୁତ ହୋଇଛି । ଏଣିକି ଆଇଆରସିଟିସି ପୋର୍ଟାଲରୁ ଟିକେଟ୍ କିଣିବା ପାଇଁ ଲୋକଙ୍କୁ ପ୍ରଥମେ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଭେରିଫିକେସନ କରିବାକୁ ପଡିବ । ଏହା ପରେ ହିଁ ଆପଣଙ୍କୁ ଟିକେଟ୍ ମିଳିପାରିବ । କିନ୍ତୁ ନିୟମିତ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନଙ୍କୁ ଏହି ପ୍ରକ୍ରିୟା ଦେଇ ଯିବାକୁ ପଡିବ ନାହିଁ ।

Get real time updates directly on you device, subscribe now.