fbpx

IRCTCର ନୂଆ ଟୁର୍ ପ୍ଲାନ: ୧ ହଜାର ଟଙ୍କାରୁ କମ୍ EMIରେ ବୁଲନ୍ତୁ କାଶୀ, ବାରାଣସୀ, କୋଲକତା, ପୁରୀ ଓ ଅଯୋଧ୍ୟା

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରଣମପ୍ରିୟ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଢ଼ିଆ ଟୁର୍ ପ୍ୟାକେଜ୍ । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ଶାନଦାର ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ପ୍ୟାକେଜ ଅଧିନରେ ଆପଣମାନେ ବେଦ୍ୟନାଥ, ଗୟା, ପୁରୀ, କୋଣାର୍କ, ଗଙ୍ଗାସାଗର, କୋଲକତା, ବାରାଣସୀ ଓ ଅଯୋଧ୍ୟା ପରି ଅନେକ ଧାର୍ମିକ କ୍ଷେତ୍ର ପରିଦର୍ଶନ କରିପାରିବେ ।

ଏହି ଯାତ୍ରା ଡିସେମ୍ବର ମାସ ୪ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ୟାକେଜରେ ୯ ରାତି ଓ ୧୦ ଦିନ ରହିଥିବା ବେଳେ ମୋଟ ବର୍ଥ ସଂଖ୍ୟା ୭୬୭ ରହିଛି । ସେଥିରେ ସେକେଣ୍ଡ ଏସିର ମୋଟ ୪୯ଟି ସିଟ, ଥାର୍ଡ ଏସିର ମୋଟ ୭୦ଟି ସିଟ ଓ ସ୍ଲିପରର ମୋଟ ୬୪୮ଟି ସିଟ୍ ଉପଲବ୍ଧ ରହିଛି । ଯାତ୍ରୀମାନେ ଜସଡିହ, ବିଷ୍ଣୁପଦ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ପୁରୀର ସ୍ଥାନୀୟ ମନ୍ଦିର, କାଳୀ ମନ୍ଦିର, ଅଯୋଧ୍ୟାର ରାମ ଜନ୍ମଭୂମି, ହନୁମାନ ଗଢ଼ି ଓ ବିଭିନ୍ନ ମନ୍ଦିର ଦର୍ଶନ କରିପାରିବେ ।

ସବୁଠାରୁ ବଡ଼ କଥା ହେଉଛି ଏହି ପ୍ୟାକେଜରେ ଆପଣମାନେ ଇଏମଆଇ ସୁବିଧା ପାଇ ପାରିବେ, ଯାହାକି ୮୪୯ ଟଙ୍କାରୁ ଆରମ୍ଭ ହେଉଛି । ଇକୋନୋମୀ ଶ୍ରେଣୀରେ ୧/୨/୩ ଜଣ ବ୍ୟକ୍ତି ଏକତ୍ର ରହିଲେ ପ୍ୟାକେଜର ମୂଲ୍ୟ ଜଣ ପିଛା ୧୭,୫୦୦ ଟଙ୍କା ରହିବ । ୫-୧୧ ବର୍ଷର ପ୍ରତି ଶିଶୁ ପାଇଁ ପ୍ୟାକେଜର ମୂଲ୍ୟ ୧୬,୪୦୦ ଟଙ୍କା ରହିବ । ଏହି ଅବସରରେ ସ୍ଲିପର କ୍ଲାସ ଟ୍ରେନ ଯାତ୍ରା, ଡବଲ/ ଟ୍ରିପଲରେ ନନ ଏସି ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଛି । ଷ୍ଟାଣ୍ଡାର୍ଡ ଶ୍ରେଣୀ ଥାର୍ଡ ଏସିରେ ୧/୨/୩ ଜଣ ବ୍ୟକ୍ତି ଏକତ୍ର ରହିଲେ ପ୍ୟାକେଜର ମୂଲ୍ୟ ୨୮,୩୫୦ ଟଙ୍କା ଓ ପ୍ରତି ଶିଶୁ (୫-୧୧ ବର୍ଷ) ପାଇଁ ୨୭,୦୧୦ ଟଙ୍କା ରହିବ । କମ୍ପର୍ଟ ଶ୍ରେଣୀ ୨ ଏସି କ୍ଲାସରେ ୧/୨/୩ ବ୍ୟକ୍ତି ଏକତ୍ର ରହିଲେ ପ୍ୟାକେଜର ମୂଲ୍ୟ ପ୍ରତି ବ୍ୟକ୍ତି ପିଛା ୩୭,୩୦୦ ଟଙ୍କା ଓ (୫-୧୧ ବର୍ଷର) ଶିଶୁ ପାଇଁ ୩୫,୭୧୦ ଟଙ୍କା ରହିଛି ।

Get real time updates directly on you device, subscribe now.