ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଆଉ କ୍ୟାଟରିଂ ସେବା ଉପରେ ୫୦ ଟଙ୍କା ଅତିରିକ୍ତ ଚାର୍ଜ ପୁନରୁଦ୍ଧାର କରିପାରିବ ନାହିଁ । ଏହି ମାମଲାରେ ଭାରତୀୟ ରେଳ ବୋର୍ଡ ଆଇଆରସିଟିସିକୁ ନିର୍ଦ୍ଦେଶ ଜାରି କରିଛି । ବନ୍ଦେ ଭାରତ, ଦୁରନ୍ତୋ, ରାଜଧାନୀ ଏବଂ ଶତାବ୍ଦୀ ଭଳି ଟ୍ରେନରେ ଯେଉଁମାନେ କ୍ୟାଟରିଂ ସେବା ଚୟନ କରିନଥିବା ଲୋକଙ୍କଠାରୁ ଚାଁ ଉପରେ ଅତିରିକ୍ତ ୫୦ ଟଙ୍କା ଆଦାୟ କରାଯାଉଥିଲା । ରେଳ ବୋର୍ଡର ଏହି ପଦକ୍ଷେପ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆରାମ ଦେବ ।
ଗୋଟିଏ ପଟେ ରେଳ ବିଭାଗ ଚା ଉପରେ ଅତିରିକ୍ତ ଶୁଳ୍କ କୁ ହଟାଇବା ସହ ଅନ୍ୟ ପକ୍ଷରେ ଆଇଆସିଟିସି ବିଭାଗ ଟ୍ରେନରେ ମିଳୁଥିବା ଖାଦ୍ୟ ର ଦାମ ମଧ୍ୟ ବଢ଼ାଇଛନ୍ତି। ଏବେ ଯାତ୍ରୀଙ୍କୁ ଜଳଖିଆ ତଥା ଅନ୍ୟାନ୍ୟ ଖାଦ୍ୟ ଉପରେ ୫୦ ଟଙ୍କା ଅଧିକ ଦେବାକୁ ହେବ।
କିଛି ଦିନ ପୂର୍ବେ ରେଳ ବିଭାଗର ଏକ ବିଲ୍ ମଧ୍ୟ ଖୁବ ଭାଇରାଲ ହୋଇଥିଲା। ଯେଉଁଥିରେ ଚା ୨୦ ଟଙ୍କା ଓ ତା ଉପରେ ୫୦ ଟଙ୍କାର ସର୍ଭିସ ଚାର୍ଜ ମଧ୍ୟ ଲାଗୁ ହୋଇଥିଲା। ଏହି ବିଲକୁ ନେଇ ଆଇଆରସିଟିସି ଅନେକ ଥର ଆଲୋଚନା ମଧ୍ୟ କରିଥିଲା। ଜୁଲାଇ ୨୦୨୨ରେ ସେଣ୍ଟ୍ରାଲ କଞ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି ହୋଟେଲ ଓ ରେସ୍ତୋରାଁ ରେ ଲାଗୁଥିବା ସେବା ଶୁଳ୍କ ଉପରେ ମଧ୍ୟ ରୋକ ଲଗାଇଥିଲେ।