fbpx

ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିୟୋ ବରାଡକର ଇସ୍ତଫା ଦେଲେ: ୨୦୧୭ରେ ହୋଇଥିଲେ ବିଶ୍ୱର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିୟୋ ବରାଡକର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲିୟୋ ଗତ ୨୦୧୭ରେ ବିଶ୍ୱର ପ୍ରଥମ ଗେ’ ପ୍ରଧାନମନ୍ତ୍ରୀ ହୋଇଥିଲେ । ଲିୟୋଙ୍କ ଏପରି ଅଚାନକ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି । ବ୍ୟକ୍ତିଗତ ଓ ରାଜନେତିକ କାରଣରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ଲିୟୋ କହିଛନ୍ତି । ପ୍ରଧାନମନ୍ତ୍ରୀ ପଦ ସହିତ ସେ ଫାଇନ ଗେଲ ପାର୍ଟିର ନେତା ଦାୟିତ୍ୱରୁ ଅବ୍ୟାହତି ନେବେ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ଅବସରରେ ବରାଡକର କହିଛନ୍ତି, ରାଜନୀତିରେ ବିତାଇଥିବା ସମୟ ମୋ ପାଇଁ ସନ୍ତୋଷଜନକ ରହିଥିଲା । ମୋ ସ୍ଥାନରେ ଯେଉଁ ନେତୃତ୍ୱ ଆସିବେ ସେ ଦେଶକୁ ବିକାଶ ପଥରେ ଆଗେଇ ନେବେ । ତିନି ବର୍ଷ ଧରି ଏହି ପଦରେ ରହିବା ପରେ ମୁଁ ଏହି ପଦ ପାଇଁ ସମ୍ପୂର୍ଣ୍ଣ ଭାବେ ଯୋଗ୍ୟ ବ୍ୟକ୍ତି ବୋଲି ମୋତେ ଅନୁଭବ ହୋଇନଥିଲା । ୟୁରୋପୀୟ ସଂସଦ ଓ ସ୍ଥାନୀୟ ନିର୍ବାଚନର ଠିକ୍ ୧୦ ସପ୍ତାହ ପୂର୍ବରୁ ବରାଡକରଙ୍କ ଏହି ପଦକ୍ଷେପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବରାଡଙ୍କର ଏହି ନିଷ୍ପତ୍ତି ଅପ୍ରତ୍ୟାଶିତ ବୋଲି ଫାଇନ ଗେଲର ସହଯୋଗୀ ପାର୍ଟିର ନେତା ଉପପ୍ରଧାନମନ୍ତ୍ରୀ ମାଇକେଲ ମାର୍ଟିନ କହିଛନ୍ତି ।

Get real time updates directly on you device, subscribe now.