ODIରୁ ଅବସରନେଲେ ଆୟର୍ଲାଣ୍ଡର କେଭିନ୍ ଓ’ବ୍ରାଇନ୍

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ଅଲ୍ ରାଉଣ୍ଡର ଖେଳାଳୀ କେଭିନ ଓ’ବ୍ରାଇନ୍ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି। ଓ’ବ୍ରାଇନ୍, ନିଜ ଦେଶ ପାଇଁ ଟି 153 ODI ଖେଳିଛନ୍ତି । 2006 ରେ ଇଂଲଣ୍ଡ ବିପକ୍ଷ ODI ଡେବ୍ୟୁ କରିଥିଲେ ଓ’ବ୍ରାଇନ୍ । 141 ଇନିଂସରୁ 88.79 ଷ୍ଟ୍ରାଇକ୍ ହାରରେ 3619 ରନ୍ ସଂଗ୍ରହ କରିଥିଲେ । ଦିନିକିଆ ମ୍ୟାଚରେ କେନିଆ ବିପକ୍ଷରେ ସର୍ବାଧିକ 142 ସ୍କୋର କରିଥିଲେ।
ଓ’ବ୍ରାଇନ୍ ODI କ୍ରିକେଟ୍ ରେ ମୋଟ ଦୁଇଟି ଶତକ ହାସଲ କରିଥିଲେ, ସେଥିମଧ୍ୟରୁ 2011 ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ତାଙ୍କର 113 ତମ ODI ପ୍ରସିଦ୍ଧ ଥିଲା, ବାଙ୍ଗାଲୋରରେ ଇଂଳଣ୍ଡ ବିପକ୍ଷରେ ହୋଇଥିବା ଏହି ODI ରେ ସେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ଚକିତ କରିଦେଇଥିଲେ । ଯାହା ବିଶ୍ୱକପ ଇତିହାସରେ ସର୍ବଶ୍ରେଷ୍ଠ ବୋଲି ମଧ୍ୟ ଧରାଯାଏ |