fbpx

ସବୁବେଳେ ଫୁଲ୍ ବଡି ଚେକ୍ଅପ୍ କରୁଥିଲେ ସାବଧାନ ! ଭୋଗିପାରନ୍ତି ଏହି ସମସ୍ୟା 

Advertisement

ଆପଣ ବାରମ୍ବାର ବଡି ଚେକଅପ୍ କରାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । କାରଣ ମହଙ୍ଗା ପଡିପାରେ ଏହି ବାରମ୍ବାର ବଡି ଚେକଅପ୍। ଆପଣ ଯେତେଥର ଫୁଲ୍ ବଡି ଚେକ୍ଅପ୍ କରାଇଥାନ୍ତି, ସେତେଥର ଆପଣଙ୍କ ଶରୀରରୁ ରକ୍ତ କଢାଯାଇଥାଏ। ଯଦି କିଛି ଆସୁବିଧା ଅଛି ବୋଲି ଜଣାପଡେ,ମୁଣ୍ଡରେ ଏକ ଭ୍ରମ ଉତ୍ପନ୍ନ ହୁଏ ଏବଂ ତାହାର ଚିକିତ୍ସା କରିବାକୁ ପଡେ।

 

ଯାହା ଭବିଷ୍ୟତରେ ଚିନ୍ତାର କାରଣ ହୋଇପାରେ।

 

ଫୁଲ୍ ବଡି ଚେକ୍ଅପ କ’ଣ?

 

ଆଜିର ଏହି ବଦଳୁଥିବା ଜୀବନଶୈଳୀ ଅନେକ ରୋଗକୁ ବଢାଇଥାଏ। ଲୋକମାନେ ଭିନ୍ନଭିନ୍ନ ରୋଗର ଜାଲରେ ଫସୁଛନ୍ତି । ଯାହାର ଚିହ୍ନଟ ପାଇଁ ବଡି ଚେକ୍ଅପର ଆବଶ୍ୟକତା ରହିଛି । କିଛି ଲୋକ ଶରୀରରେ ସାମାନ୍ୟ ପରିବର୍ତ୍ତନ ଦେଖିବା ମାତ୍ରେ ଫୁଲ୍ ବଡି ଚେକ୍ଅପ୍ କରାଇ ଦେଇଥାନ୍ତି ଏବଂ ଏହା ବାରମ୍ୱାର କରିଥାନ୍ତି । ଯଦି ଆପଣ ଏଭଳି କରୁଛନ୍ତି, ହୋଇଯାଆନ୍ତୁ ସାବଧାନ୍। କାରଣ ଏହି ଫୁଲ୍ ବଡି ଚେକ୍ଅପ୍ କରାଇବାର ପରିଣତି ଅତ୍ୟନ୍ତ ଭୟାବହ ହୋଇପାରେ । ହେଲଥ ଏକ୍ସପର୍ଟ ଏସବୁରୁ ବଞ୍ଚିବାକୁ ଉପଦେଶ ଦେଇଛନ୍ତି।

 

କଣ ପାଇଁ ଏହା ବିପଦଜନକ:-

 

ଯଦି ଆପଣ ବାରମ୍ୱାର ଫୁଲ୍ ବଡି ଚେକ୍ଅପ୍ କରାଉଛନ୍ତି, ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। ନ ହେଲେ ଏହା ବହୁତ ମହଙ୍ଗା ପଡିବ। ଏହାଦ୍ୱାରା ଆପଣ ମାନସିକ ସ୍ତରରେ ରୋଗଗ୍ରସ୍ତ ହୋଇପାରନ୍ତି । ଏଥିପାଇଁ ଜବରଦସ୍ତ ଚେକ୍ଅପ୍ କରାନ୍ତୁ ନାହିଁ ଏବଂ ଟିକିଏ କଥାରେ ଡାକ୍ତରଖାନା ଯାଆନ୍ତୁ ନାହିଁ।

 

ଅଣଦେଖା କରନ୍ତୁ ଫୁଲ୍ ବଡି ଚେକ୍ଅପ୍ ଅଫର:-

 

ହେଲଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଅନେକ ସମୟରେ ପାଥୋଲୋଜି କମ୍ପାନୀଗୁଡିକ ଗ୍ରାହକଙ୍କୁ ଫୁଲ୍ ବଡିଚେକ୍ଅପର ଅଫର୍ ହେଇଥାନ୍ତି। କମ୍ ଦାମରେ ଫୁଲ୍ ବଡି ଚେକ୍ଅପ୍ ଭଳି ଅଫର ଲୋଭରେ ପଡନ୍ତୁନାହିଁ । କାରଣ କମ୍ପ୍ୟୁଟରରେ ଚେକ୍ଅପ୍ ସମୟରେ ଶରୀରର ଅନେକ ଅଭାବ ବିଷୟରେ ଜଣାପଡିଥାଏ। ଅନେକଥର କାଲ୍ସିୟମ୍ ବା ଭିଟାମିନ୍ ଡି ର ଅଭାବ ଅଛି ବୋଲି କୁହାଯାଇଥାଏ। ଯାହାଦ୍ୱାରା ମୁଣ୍ଡରେ ଏକ ପ୍ରକାରର ଡର ରହିଯାଏ ଏବଂ ଆମେ ବାରମ୍ୱାର ଚେକ୍ଅପ୍ କରାଇଥାଉ। ତେଣୁ ଡାକ୍ତରଙ୍କ ପରାମର୍ଶ ବିନା ଫୁଲ୍ ବଡି ଚେକ୍ଅପ୍ କରାନ୍ତୁନାହିଁ।

Get real time updates directly on you device, subscribe now.