ଆଜିକାଲି ସୁରକ୍ଷା ଲାଗି ଲୋକମାନେ ସିସିଟିଭି କ୍ୟାମେରାର ବହୁତ ଉପଯୋଗ କରୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଘର ମଧ୍ୟରେ କିମ୍ବା ବେଡରୁମ୍ ରେ ସିସିଟିଭି କ୍ୟାମେରା ଲଗାଇବା କ’ଣ ଠିକ୍ ? ଘର ମଧ୍ୟରେ ସିସିଟିଭି କ୍ୟାମେରା ଲଗାଇବାର ଉଭୟ ଲାଭ ଓ କ୍ଷତି ରହିଛି । ତେବେ ସର୍ବପ୍ରଥମେ ଆପଣ ଭଲ ଭାବେ ଜାଣି ରଖିବା ଉଚିତ କି ଆପଣ ଏପରି କାହିଁକି କରୁଛନ୍ତି ? ଆପଣ କ’ଣ କୌଣସି ବିଶେଷ ଉଦ୍ଦେଶ୍ୟରେ ଘରେ ସିସିଟିଭି କ୍ୟାମେରା ଲଗାଉଛନ୍ତି କିମ୍ବା ଆପଣଙ୍କ ଲକ୍ଷ୍ୟ କେବଳ ସାମାନ୍ୟ ସୁରକ୍ଷା ।
ସାମାନ୍ୟ ସୁରକ୍ଷା ଲାଗି ଆପଣ ଘରର ମୁଖ୍ୟ ଦ୍ୱାର ନିକଟରେ ସିସିଟିଭି କ୍ୟାମେରା ଲଗାଇ ପାରିବେ । ସିସିଟିଭି କ୍ୟାମେରାର ବହୁ ନକରାତ୍ମକ ଦିଗ ରହିଛି । ପ୍ରଥମ ହେଉଛି ଆପଣଙ୍କ ପ୍ରାଇଭେସୀ ନଷ୍ଟ ହୋଇଯିବାର ଭୟ । ଆପଣ ଯାହା କିଛି ବି କରୁଛନ୍ତି ସେସବୁ ସିସିଟିଭିରେ ରେକର୍ଡ ହୋଇଯାଇଥାଏ । ଆପଣ ନିଜ ରୁମ୍ ଭିତରେ କ’ଣ କରୁଛନ୍ତି ଏସବୁ କ୍ୟାମେରାରେ ରେକର୍ଡ ହୋଇଯାଏ । ଏପରିକି ଆପଣଙ୍କ ଅନ୍ତରଙ୍ଗ ମୂହୂର୍ତ୍ତ ସବୁ ବି ଏଥିରେ ରେକର୍ଡ ହୋଇଯାଏ । ଏପରି ସ୍ଥିତିରେ କେହି ଆପଣଙ୍କ କ୍ୟାମେରାକୁ ହ୍ୟାକ କରିନେଲେ ତାକୁ ଏସବୁର ଆକ୍ସେସ ମିଳିଯିବ । ଏହାର ଫାଇଦା ଉଠାଇ କେହି ଆପଣଙ୍କୁ ବ୍ଲାକମେଲ ବି କରିପାରିବ । ଏହା ସତ୍ତ୍ୱେ ବି ଯଦି କୌଣସି ବିଶେଷ ପରିସ୍ଥିତିରେ ଆପଣଙ୍କୁ ସିସିଟିଭି କ୍ୟାମେରାର ବ୍ୟବହାର କରିବାକୁ ପଡୁଛି ତେବେ ଆପଣଙ୍କୁ ଏହାର ପୋଜିସନ ଉପରେ ଧ୍ୟାନ ରଖିବାକୁ ହେବ ।
ଆପଣ ସିସିଟିଭି କ୍ୟାମେରାକୁ ରୁମର ଗେଟ୍ ଆଡକୁ ସେଟ୍ କରିପାରିବେ । ଫଳରେ ଏହାଦ୍ୱାରା ରୁମକୁ କିଏ ଆସୁଛି ଓ ଯାଉଛି ଜଣାପଡିଯିବ । ଏହାଦ୍ୱାରା ଆପଣଙ୍କ ପ୍ରାଇଭେସୀ ଉପରେ ପ୍ରଭାବ ପଡିବ ନାହିଁ ଆଉ ସୁରକ୍ଷା ଚିନ୍ତାରୁ ବି ମୁକ୍ତି ମିଳିପାରିବ ।