fbpx

ଲାଇଫ୍ ଆଉଟ୍ ଅଫ୍ କଣ୍ଟ୍ରୋଲ ରହୁଛି କି ? ନିରାଶ ହୁଅନ୍ତୁ ନାହିଁ ଷ୍ଟ୍ରେସ୍ ନେବା ପୂର୍ବରୁ ଫଲୋ କରନ୍ତୁ ଏହି ଟିପ୍ସ

Advertisement

ଓଡ଼ିଶା ଭାସ୍କର: କେବେ ଅନୁଭବ କରିଛନ୍ତି କି ଜୀବନ ଉପରୁ ଆପଣ ନିୟନ୍ତ୍ରଣ ହରାଉଛନ୍ତି ? ଯଦି ହଁ ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ । ପ୍ରାୟ ସମସ୍ତଙ୍କ ଜୀବନରେ ଏପରି ଏକ ସମୟ ଆସେ ଯେବେ ସେମାନେ ଅନୁଭବ କରିଥାନ୍ତି ଯେ ସେମାନଙ୍କ ଜୀବନରେ କିଛି ବି ଠିକ୍ ନାହିଁ । ଫଳରେ ସେମାନଙ୍କ ପାଖରେ ନିରାଶ ହେବା ଛଡ଼ା କୌଣସି ଉପାୟ ନଥାଏ । ସବୁବେଳେ ଷ୍ଟ୍ରେସ୍‌, ଏଙ୍ଗଜାଇଟି ଏବଂ ଡିପ୍ରେସନରେ ଘେରି ରହିଥାନ୍ତି । ପରିବାର, ସାଙ୍ଗସାଥି ଏବଂ ସମାଜ ଠାରୁ ଦୂରେଇ ଯା’ନ୍ତି । ଏହି ସବୁ ସମସ୍ୟାରୁ ବାହାରିବା ପାଇଁ ଠିକ୍ ସମୟରେ ପଦକ୍ଷେପ ନେବା ଆବଶ୍ୟକ ନଚେତ୍ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପ୍ରଭାବିତ ହୋଇଥାଏ । ତେବେ ନିମ୍ନଲିଖିତ ସହଜ ଉପାୟ ଦ୍ୱାରା ପୁନଃ ଜୀବନ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏହି ସହଜ ଟିପ୍ସ ଆପଣାଇପାରିବେ ।

୧. ଅନୁଶାସନରେ ରହିବା: ଜୀବନକୁ ପୁଣି ଥରେ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ନିଜକୁ ଅନୁଶାସନରେ ରଖିବା । ଏଥିପାଇଁ ନିଜ ଦୈନନ୍ଦିନ ଜୀବନର ଏକ ସିଡ୍ୟୁଲ କରନ୍ତୁ ଏବଂ ଅନୁସରଣ କରିବା ପାଇଁ ଚେଷ୍ଟା କରନ୍ତୁ । କିଛି ଦିନ ଅସୁବିଧା ହୋଇପାରେ କିନ୍ତୁ ସମୟକ୍ରମେ ଆପଣ ଭଲ ଅନୁଭବ କରିବେ ।

୨. ଟାଇମ୍ ମ୍ୟାନେଜମେଣ୍ଟ: ଠିକ୍ ସମୟରେ ଠିକ୍ କାମ କରିବା ଏକ ଭଲ ଅଭ୍ୟାସ । ଏମିତି ନ ହେଲେ ଗୋଟିଏ ପରେ ଗୋଟିଏ କାମର ବୋଝ ବଢ଼ିଯାଏ । ଫଳରେ ଆପଣ ଅଯଥା ଷ୍ଟ୍ରେସ୍ ଅନୁଭବ କରିଥାନ୍ତି । ତେଣୁ ଟାଇମ୍ ମ୍ୟାନେଜମେଣ୍ଟର କଳା ସମସ୍ତଙ୍କୁ ଶିଖିବାକୁ ପଡ଼ିବ ।

୩. ଦାୟିତ୍ୱବାନ ହେବା: ଜୀବନରେ ଦାୟିତ୍ୱବାନ ହେବା ଜରୁରୀ ନଚେତ୍ କେହି ବି ଆପଣଙ୍କ ମହତ୍ୱ ବୁଝିବେ ନାହିଁ । ନିଜ ଆଚରଣ, ବ୍ୟବହାର ଓ କାର୍ଯ୍ୟରେ ନିଜ ଦାୟିତ୍ୱ ନେବା ଶିଖନ୍ତୁ । ନିଜ କାମ ଭଲରେ କରିଲେ ଆପଣଙ୍କୁ ଭଲ ଅନୁଭବ ହୋଇଥାଏ ଏବଂ ଅନ୍ୟମାନେ ମଧ୍ୟ ପ୍ରଶଂସା କରିଥାନ୍ତି । ଆପଣ ଜୀବନରେ ଉତ୍ତମ ଭାବରେ ଆଗକୁ ବଢ଼ିବାରେ ସମର୍ଥ ହୋଇଥାନ୍ତି ।

୪. ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବା: ଜୀବନ କଣ୍ଟ୍ରୋଲରେ ନରହିଲେ ପ୍ରଥମେ ନକାରାତ୍ମକ ଚିନ୍ତାଧାରା ମନରେ ବସା ବାନ୍ଧିଥାଏ । ଏହା ଆପଣଙ୍କ ମସ୍ତିଷ୍କ ବ୍ଲକ୍ କରିଥାଏ ଏବଂ ଜୀବନ ଉପରୁ ନିୟନ୍ତ୍ରଣ ହରାଇଥାନ୍ତି । ଏହା ସହ ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାକୁ ଦେଇନଥାଏ । ନକାରାତ୍ମକ ଚିନ୍ତାଧାରାକୁ କେବଳ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ହିଁ ଦୂରେଇ ରଖାଯାଇପାରିବ ।

୫. ଲକ୍ଷ ସ୍ଥିର କରିବା: ଜୀବନରେ ଏକ ଲକ୍ଷ ସ୍ଥିର କରନ୍ତୁ ଏବଂ ସେହି ଲକ୍ଷକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ । ନୂତନ ଗୋଲ୍ ସେଟ୍ କରନ୍ତୁ ଏହା ଅପଣଙ୍କ ମନରେ ଲକ୍ଷକୁ ହାସଲ କରିବାର ଆଶା ଉତ୍ପନ୍ନ କରାଇଥାଏ । ଆପଣ ଜୀବନକୁ ସେହି ଢ଼ଙ୍ଗରେ ଜୀଇଁଥାନ୍ତି । ଧିରେ ଧିରେ ଜୀବନ ନିୟନ୍ତ୍ରଣରେ ଆସିଥାଏ ।

୬. କିଛି ନୂଆ ଶିଖିବା: ଜୀବନରେ କିଛି ନୂଆ କରିବା ଏବଂ ଶିଖିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ । କିଛି ନୂଆ ଶିଖିବାର ପ୍ରେରଣା ମନକୁ ବ୍ୟସ୍ତ ରଖିଥାଏ ଏବଂ ଆପଣ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇଥାନ୍ତି ।

Get real time updates directly on you device, subscribe now.