fbpx

ଘର ଆଗରେ ବିଲେଇ କାନ୍ଦୁଛନ୍ତି କି? ଜାଣନ୍ତୁ, ଏହା ଆପଣଙ୍କୁ କ’ଣ ସୂଚାଉଛି …

ଓଡିଶା ଭାସ୍କର: ବିଲେଇ ଏମିତି ଏକ ପଶୁ ଯାହା ପ୍ରାୟ ସମସ୍ତଙ୍କ ସହ ଜଡିତ। ଆପଣ ସକାଳରୁ ରାତି ଯାଏଁ କେଉଁଠି ନା କେଉଁଠି ବିଲେଇ ଦେଖିବାକୁ ପାଇଥାନ୍ତି। କିନ୍ତୁ ବିଲେଇ ଦେଖିବାକୁ ସମସ୍ତେ ଅଶୁଭ ବୋଲି କହିଥାନ୍ତି। ସେହିପରି ରାସ୍ତାରେ ଯିବା ସମୟରେ ଯଦି ବିଲେଇଟେ ଚାଲିଯାଇଥାଏ ତାହାକୁ ବେଶୀ ଅଶୁଭ ବୋଲି କୁହାଯାଏ। ଏଥିପାଇଁ ବିଲେଇକୁ ଦେଖିବା ମାତ୍ରେ ଅନେକ ଜଣ ରାସ୍ତା ଉପରେ କିଛି ସମୟ ପାଇଁ ଅଟକି ଯାଇଥାନ୍ତି। ଏହା ସହ ଅନେକ ଜଣ ବିଲେଇ ଅତିକ୍ରମ କରିଥିବା ରାସ୍ତାକୁ ପାରି ନ କରି ପ୍ରଥମେ ଏହାର ପ୍ରତିକାର କରିଥାନ୍ତି। ସେମାନେ ଯେଉଁଠି ଅଟକି ଥାନ୍ତି ସେହି ସ୍ଥାନରୁ ୭ ଥର ପଛକୁ ପଛକୁ ଫେରିଥାନ୍ତି, ତା’ପରେ ଯାଇକି ଉକ୍ତ ରାସ୍ତାକୁ ଅତିକ୍ରମ କରିଥାନ୍ତି। ତେବେ ଏହି ଘଟଣାକୁ ବାସ୍ତବରେ ଆପଣ ମଧ୍ୟ ଅନୁଭବ କରିଥିବେ। କିନ୍ତୁ ବିଲେଇ କାନ୍ଦିବା, ଏହା ଆପଣଙ୍କୁ କ’ଣ ସୂଚାଉଛି ଜାଣନ୍ତି କି?

ବିଲେଇକୁ ନେଇ ଅନ୍ଧବିଶ୍ୱାସ ଓ ଅନେକ ଧାରଣା ରହିଛି। କୁହାଯାଏ ଯେ ବିଲେଇ ଭୁତ ବା ଖରାପ ଆତ୍ମାମାନଙ୍କ ସହିତ ଜଡିତ ରହିଛି। ଯେଉଁଥିପାଇଁ ବିଲେଇମାନେ ଦୁର୍ଘଟଣାର ପୂର୍ବାନୁମାନ କରିପାରନ୍ତି । ତେବେ ଶାସ୍ତ୍ରୀଙ୍କ ଅନୁଯାୟୀ, ଭବିଷ୍ୟତରେ କଣ ଘଟିବ ତାହାର ଦେଖିପାରି ବିଲେଇମାନେ ନିରନ୍ତର କାନ୍ଦନ୍ତି। ବିଲେଇମାନେ କାନ୍ଦିବା ଦ୍ୱାରା ଅପ୍ରୀତିକର ଘଟଣା ସୂଚିତ ହୋଇଥାଏ। ସେହିପରି ଘର ବାହାରେ ବିଲେଇ କାନ୍ଦିବା ଘର ଭିତରକୁ ନକାରାତ୍ମକ ଶକ୍ତିର ସଙ୍କେତ ରହିଥାଏ । କେବଳ ବିଲେଇମାନେ କାନ୍ଦନ୍ତି ନାହିଁ । ରାଶିଫଳ ଅନୁଯାୟୀ, ଯଦି ଆପଣ ଦୁଇଟି ବିଲେଇ ଘର ବାହାରେ ଝଗଡା କରୁଥିବାର ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ଶୀଘ୍ର ଆର୍ଥିକ ସଙ୍କଟ ଆସିବ। ବିଶେଷକରି କଳା ବିଲେଇକୁ ବେଶୀ ଅଶୁଭ ବୋଲି କୁହାଯାଏ।

Get real time updates directly on you device, subscribe now.