fbpx
BSKY
BJD YOUTH SKY
BJD MS SKY

Retirement ପରେ ଧୋନୀଙ୍କ ଉପରେ ବର୍ଷିଲେ ଖେଳାଳି: କ୍ୟାରିୟର ବରବାଦ କରିଦେଲେ ମାହି…

ନୂଆଦିଲ୍ଲୀ: କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମଧ୍ୟପ୍ରଦେଶର ଦ୍ରୁତ ବୋଲର ଇଶ୍ୱର ପାଣ୍ଡେ । ୨୦୧୦ରେ ଫାଷ୍ଟ କ୍ଲାସ କ୍ରିକେଟରେ ଏଣ୍ଟ୍ରି କରିଥିଲେ ଇଶ୍ୱର । କିନ୍ତୁ ଅବସର ପର୍ଯ୍ୟନ୍ତ ସେ ଭାରତୀୟ ଦଳରେ ସୁଯୋଗ ପାଇନାହାନ୍ତି । ଏଥିପାଇଁ ସେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ଧୋନୀ ତାଙ୍କୁ ଦଳରେ ସୁଯୋଗ ନ ଦେବାରୁ ସେ ଆଜି ଭାରତ ପାଇଁ ଖେଳିପାରି ନଥିବା ପ୍ରକାଶ କରିଛନ୍ତି ।

ଇଶ୍ୱର ପାଣ୍ଡେ କହିଛନ୍ତି ଯେ, ଯଦି ଧୋନୀ ମୋତେ ଇଣ୍ଡିଆନ କ୍ରିକେଟ ଟିମରେ ଖେଳିବାର ସୁଯୋଗ ଦେଇଥାନ୍ତେ, ତେବେ ଆଜି ମୋର କ୍ୟାରିୟର କିଛି ଅଲଗା ହୋଇଥାନ୍ତା । ମୁଁ ସେତେବେଳେ ୨୩-୨୪ ବର୍ଷର ଥିଲି ଏବଂ ମୋର ଫିଟନେସ ମଧ୍ୟ ଖୁବ ଭଲ ରହିଥିଲା । କିନ୍ତୁ ଯଦି ଧୋନୀ ମତେ ଟେମରେ ସୁଯୋଗ ଦେଇଥାନ୍ତେ, ତେବେ ମୁଁ ଆଜି ଅନ୍ୟ ଏକ ସ୍ଥାନରେ ଥାଆନ୍ତି ।

ଟିମ ଇଣ୍ଡିଆରେ ସୁଯୋଗ ନ ମିଳିଲେ ବି ଇଶ୍ୱର ପାଣ୍ଡେଙ୍କ ଫାଷ୍ଟ କ୍ଲାସ କ୍ୟାରିୟର ଖୁବ ସୁନ୍ଦର ରହିଛି । ଏ ନେଇ ସେ ଏକ ନୋଟ୍ ଲେଖିଛନ୍ତି । ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଦଳରେ ସାମିଲ ହେବା ଏକ ଗର୍ବର ବିଷୟ । ନିଜ ଦେଶ ପାଇଁ ନ ଖେଳିବା ତାଙ୍କ ପାଇଁ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ତେବେ ଏମ.ଏସ ଧୋନୀ, ବିରାଟ କୋହଲି, ୟୁବରାଜ ସିଂହ, ସୁରେଶ ରାଇନା, ରବିନ୍ଦ୍ର ଜାଡେଜା ଏବଂ ଭୁବନେଶ୍ୱର କୁମାରଙ୍କ ଭଳି ମହାନ ଖେଳାଳିଙ୍କ ସହ ଡ୍ରେସିଙ୍ଗ ରୁମ ସେୟାର କରିବା ଏକ ସୌଭାଗ୍ୟର ବିଷୟ ।

Get real time updates directly on you device, subscribe now.