fbpx

ISIS ଇଣ୍ଡିଆ ମୁଖ୍ୟ ହାରିସ ଫାରୁକୀ ଗିରଫ: ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା

ନୂଆଦିଲ୍ଲୀ: ସୁରକ୍ଷା ଏଜେନ୍ସିକୁ ମିଳିଛି ଏକ ବଡ଼ ସଫଳତା । ଆଇଏସଆଇଏସ ଇଣ୍ଡିଆ ମୁଖ୍ୟ ହାରିସ ଫାରୁକୀକୁ ଗିରଫ କରାଯାଇଛି । ଫାରୁକୀ ସହିତ ତା’ର ସାଥୀ ଅନୁରାଗ ସିଂହ ଓରଫ ରେହାନକୁ ମଧ୍ୟ ପୋଲିସ ଗିରଫ କରିଛି । ବାଂଲାଦେଶ ସୀମା ପାର ହେଉଥିବା ସମୟରେ ଆସାମ ପୋଲିସ ଫାରୁକୀକୁ ଧରିଥିଲା । ଫାରୁକୀ ଓ ତା’ର ସାଥୀକୁ ଧର୍ମଶାଳା ଅଞ୍ଚଳରେ ଏସଟିଏଫ ଗିରଫ କରିଥିବା ଆସାମ ପୋଲିସ ଚିଫ୍ ପବ୍ଲିକ ରିଲେଶନ ଅଫିସର ପ୍ରଣବ ଜ୍ୟୋତି ଗୋସ୍ୱାମୀ ସୂଚନା ଦେଇଛନ୍ତି ।

ଏକ ଗୁପ୍ତ ସୂଚନା ଆଧାରରେ ସ୍ୱତନ୍ତ୍ର ଟିମ ସହାୟତାରେ ଧର୍ମଶାଳା ଅଞ୍ଚଳରେ ଫାରୁକୀକୁ ଗିରଫ କରାଯାଇଥିଲା । ଗିରଫ ପରେ ସେମାନଙ୍କୁ ଗ୍ୱାହାଟୀ ଏସଟିଏଫ କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ଫାରୁକୀ ଓ ତା’ର ସାଥୀକୁ ଚିହ୍ନଟ କରାଯାଇଥିଲା । ଡେରାଡୁନର ଅଭିଯୁକ୍ତ ଫାରୁକୀ ଓରଫ ହରିଶ ହଜମଲ ଫାରୁକୀ ଭାରତରେ ଆଇଏସଆଏସର ମୁଖ୍ୟ ବୋଲି ଚିହ୍ନଟ କରାଯାଇଥିଲା । ବାଂଲାଦେଶ ସୀମା ପାର କରିବା ପରେ ଦୁହିଁଙ୍କୁ ଗିରଫ କରାଯାଇଥିଲା । ଫାରୁକୀର ସାଥୀ ଅନୁରାଗ ସିଂହ ଓରଫ ପାନୀପତର ରେହାନ ଇସଲାମ ଧର୍ମ ଗ୍ରହଣ କରିଥିବା ବେଳେ ତା’ର ପତ୍ନୀ ବାଂଲାଦେଶୀ ନାଗରିକ ବୋଲି ଜଣାପଡ଼ିଛି । ଫାରୁକୀ ଓ ଅନୁରାଗ ଦୁହେଁ ଭାରତରେ ଆଇଏସଆଇଏସକୁ ଅତ୍ୟଧିକ ମାତ୍ରାରେ ପ୍ରୋତ୍ସାହିତ ଓ ପ୍ରେରିତ କରୁଥିବା ନେତା ଓ ସଦସ୍ୟ ଅଟନ୍ତି । ସେମାନେ ସାରା ଦେଶର ବିଭିନ୍ନ ସ୍ଥାନରେ ଆଈଈଡି ମାଧ୍ୟମରେ ଭର୍ତ୍ତି, ଆତଙ୍କବାଦୀ ଫଣ୍ଡିଂ ଷଡ଼ଯନ୍ତ୍ରରେ ସାମିଲ ଥିଲେ ।

Get real time updates directly on you device, subscribe now.