fbpx

ଇସ୍କନ ବିରୋଧରେ ଟିପ୍ପଣୀ ଦେଇ ଫସିଗଲେ ମେନକା, ରୁଜୁ ହେବାକୁ ଯାଉଛି ୧୦୦ କୋଟି ଟଙ୍କାର ମାନହାନି ମାମଲା

କୋଲକାତା: ଇସ୍କନ ମନ୍ଦିର ବିରୋଧରେ ଟିପ୍ପଣୀ ଦେଇ ବିଜେପି ସାଂସଦ ମେନକା ଗାନ୍ଧୀ ସମସ୍ୟାରେ ପଡି ଯାଇଛନ୍ତି । ଇସ୍କନ ପକ୍ଷରୁ ଏବେ ଏହି ମାମଲାରେ ମେନକା ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇସ୍କନ ମେନକାଙ୍କ ବିରୁଦ୍ଧରେ ୧୦୦କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିବାକୁ ଯାଉଛି । ଇସ୍କନର କୋଲାକାତା ଶାଖା ଉପସଭାପତି ରାଧାରାମ ଦାସ କହିଛନ୍ତି ସାରା ବିଶ୍ୱରେ ରହିଥିବା ଇସ୍କନ ଭକ୍ତ ମେନକାଙ୍କ ଟିପ୍ପଣୀରେ ଆହତ ହୋଇଛନ୍ତି ।

ରାଧାରାମ ଦାସ କହିଛନ୍ତି, ମେନକା ଗାନ୍ଧୀଙ୍କ ଟିପ୍ପଣୀ ବହୁତ ଦୂର୍ଭାଗ୍ୟପୂର୍ଣ୍ଣ । ତାଙ୍କର ଏପରି ଟିପ୍ପଣୀରେ ସାରା ଦୁନିଆରେ ଥିବା ଇସ୍କନ ଭକ୍ତ ମାନସିକ ସ୍ତରରେ ଆହତ ହୋଇଛନ୍ତି । ସେ କହିଛନ୍ତି ଆମେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛୁ । ଏହି କ୍ରମରେ ଆମେ ଆଜି ତାଙ୍କ ପାଖକୁ ନୋଟିସ ପଠାଇ ଦେଇଛୁ । ଜଣେ ସାଂସଦ ବିନା ପ୍ରମାଣରେ ଏତେ ବଡ ସମାଜ ବିରୁଦ୍ଧରେ ମିଥ୍ୟା କହିବା ଅତ୍ୟନ୍ତ ଦୁଃଖର କଥା ।
ମେନକା ଗାନ୍ଧୀ କହିଛନ୍ତି ସେ ଆମର ଅନନ୍ତପୁରସ୍ଥିତ ଗୋଶାଳାକୁ ଆସିଥିଲେ । କିନ୍ତୁ ସେଠିକାର ଭକ୍ତଙ୍କ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ । ମେନକା ଗାନ୍ଧୀ ନିଜ ଘରେ ବସି ଏପରି ଭିତ୍ତିହୀନ ବୟାନ ଦେବା ଅତ୍ୟନ୍ତ ଦୂର୍ଭାଗ୍ୟପଊର୍ଣର୍ ବୋଲି ସେ କହିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, କିଛିଦିନ ତଳେ ମେନକା ଗାନ୍ଧୀ ଏକ ବୟାନ ଜାରି କରି ଇସ୍କନ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ । ସେ କହିଥିଲେ ଇସ୍କନ ଏହାର ଗାଈଙ୍କୁ କଂସେଇଙ୍କୁ ବିକ୍ରୀ କରି ଦେଉଛି । ଏହା ବ୍ୟତିତ ସେ ଇସ୍କନକୁ ଏକ ଧୋକାବାଜ ସଂସ୍ଥା ବୋଲି କହିଥିଲେ ।

Get real time updates directly on you device, subscribe now.