ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍; 55 ମୃତ
ଗାଜାରେ ଇସ୍ରାଏଲର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ । ଏୟାର ଷ୍ଟ୍ରାଇକରେ 55 ଉର୍ଦ୍ଧ୍ବ ପାଲେଷ୍ଟାଇନ ନାଗରିକ ମୃତ ହୋଇଥିବା ସୂଚନା ।
ଜେରୁଜେଲମ: ପୁଣି ଗାଜାରେ ଇସ୍ରାଏଲର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ । ଏୟାର ଷ୍ଟ୍ରାଇକରେ 55 ଉର୍ଦ୍ଧ୍ବ ପାଲେଷ୍ଟାଇନ ନାଗରିକ ମୃତ ହୋଇଥିବା ସୂଚନା ।
ଗାଜା ସହର ସ୍ଥିତ ଏକ ବିସ୍ଥାପିତ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଇସ୍ରାଏଲ । ତେବେ ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ସୂଚନା ମିଳିଛି । ଆନ୍ତର୍ଜାତୀୟ ସଂଗଠନର ଚାପ ସତ୍ତ୍ବେ ମାନୁନି ଇସ୍ରାଏଲ । କରିଚାଲିଛି ଆଟାକ୍ ।
ପ୍ରାକାଶ ଥାଉକି, 2023 ମସିହା ଅକ୍ଟୋବର 7ରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପ୍ରାୟ 1300 ଲୋକଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଲଗାତାର ଗାଜା ଉପରେ ଆକ୍ରମଣ କରୁଛି ।
ଇସ୍ରାଏଲର ଲକ୍ଷ୍ୟ ହେଉଛି ହାମାସକୁ ମୂଳୋତ୍ପାଟନ କରିବା ।ଏହି ଯୁଦ୍ଧ ଆରମ୍ଭ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ତାର କୌଣସି ସମାଧାନର ବାଟ ମିଳିପାରୁ ନାହିଁ ।