fbpx

ଯୁଦ୍ଧକୁ ନେଇ ଅଭିନେତ୍ରୀଙ୍କ କ୍ୟାଟ୍ ଫାଇଟ୍‌: ଅଭିନେତ୍ରୀ କଙ୍ଗନା ଓ ସ୍ୱରା କାହାକୁ କରୁଛନ୍ତି ସମର୍ଥନ ଓ ପାକିସ୍ତାନ ସୁନ୍ଦରୀ କାହା ପଟରେ?

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଫଳରେ ହଜାର ହଜାର ସଂଖ୍ୟାରେ ନିରୀହ ଲୋକ ବଳି ପଡିଲେଣି । ଚାରିଆଡେ ଖାଲି ପ୍ରଳୟର ପାଦ ଚିହ୍ନ । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୈନିକ ସହିତ ସାଧାରଣ ଲୋକଙ୍କୁ ବି ବନ୍ଧକ ବନାଇ ରଖିଛନ୍ତି ।

ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧକୁ ନେଇ ବଲିଉଡ୍ ଠାରୁ ଆରମ୍ଭ କରି ଲଲିଉଡ୍ ଅଭିନେତ୍ରୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହି ଯୁଦ୍ଧକୁ ନେଇ ଅଭିନେତ୍ରୀମାନଙ୍କ ମଧ୍ୟରେ ବି କ୍ୟାଟ୍ ଫାଇଟ୍ ଆରମ୍ଭ ହୋଇଯାଇଛି । ଅଭିନେତ୍ରୀମାନେ ବି ୨ ଭାଗରେ ବାଣ୍ଟି ହୋଇଯାଇଛନ୍ତି । ଗୋଟିଏ ଗ୍ରୁପ୍ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗ୍ରୁପ୍ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି ।
ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସ୍ୱରା ପାଲେଷ୍ଟାଇନ୍ ସପକ୍ଷରେ ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେତେବେଳେ ଇସ୍ରାଏଲ ପାଳେଷ୍ଟଶିନ ଉପରେ ଆକ୍ରମଣ କରି ଏହାର ଶହ ଶହ ଘର ଧ୍ୱଂସ କରିଦେଇଥିଲା, ଏଠାରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ କାହାକୁ ବି ଛାଡି ନ ଥିଲା । ଦଶନ୍ଧି ଦଶନ୍ଧି ଧରି ଗାଜାର ନାଗରିକଙ୍କ ଉପରେ ଇସ୍ରାଏଲ ବମ୍ ପକାଇ ଆସୁଛି । ସେଠାରେ ସ୍କୁଲ ଓ ହସ୍ପିଟାଲକୁ ବି ଛାଡୁ ନାହିଁ ସେତେବେଳେ କାହିଁକି ବିଶ୍ୱରେ ତ ଏହା ବିରୁଦ୍ଧରେ ସ୍ୱର ଉଠୁ ନ ଥିଲା ଆଉ ଏବେ ଯେଉଁମାନେ ଇସ୍ରାଏଲ ସପକ୍ଷରେ ଯୁକ୍ତି ବାଢୁଛନ୍ତି ସେମାନେ ନିଶ୍ଚୟ ଦୋମୁହାଁ ।

ଅନ୍ୟପକ୍ଷରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଇସ୍ରାଏଲ୍ ସପକ୍ଷରେ ସ୍ୱର ଉଠାଇଛନ୍ତି । ସେ ହମାସର ଆତଙ୍କବାଦୀଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ସେ କହିଛନ୍ତି ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଇସ୍ରାଏଲର ମହିଳାଙ୍କ ଉପରେ ଯେପରି ଭାବରେ ବର୍ବର ଆଚରଣ କରାଯାଉଛି ଏପରିକି ତାଙ୍କ ଶବକୁ ବି ଛଡାଯାଉନି ତାହା ଦେଖିବା ପରେ ମନ ଭିତର ଯନ୍ତ୍ରଣାରେ ଛଟପଟ ହୋଇଯାଉଛି ।

ସେହିପରି ଅଭିନେତ୍ରୀ ଗୌହର ଖାନ୍ କହିଛନ୍ତି, କାହାର ବି ହତ୍ୟା କରିବା ଅକ୍ଷମଣୀୟ ଅଟେ । ବିଶ୍ୱରେ ଶାନ୍ତି ବଜାୟ ରଖିବା ଦିଗରେ ସମସ୍ତେ ଚେଷ୍ଟା କରିବା ଉଚିତ । ଯୁଦ୍ଧକୁ ପ୍ରଥମରୁ ହିଁ ରୋକିଦିଆଯିବା ଉଚିତ । ସମସ୍ତ ଦେଶ ମାନବାଧିକାର ପାଳନ କରିବା ଉଚିତ । ସମସ୍ତଙ୍କ ଜୀବନ ମୂଲ୍ୟବାନ ।
ଅନ୍ୟପକ୍ଷରେ ପାକିସ୍ତାନର ବହୁ ଅଭିନେତ୍ରୀ ଯେପରିକି ସବା କମର, ଦନାନୀର ମୁଭିନ, ହୁମା ଜେହରା ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି । ସେମାନେ କହିଛନ୍ତି ପାଲେଷ୍ଟାଇନକୁ ସ୍ୱାଧୀନତା ମିଳିବା ଉଚିତ ।

Get real time updates directly on you device, subscribe now.