fbpx

ଇସ୍ରାଏଲର ବିସ୍ଫୋରଣରେ ଗାଜାର ୭୦ଜଣଙ୍କର ମୃତ୍ୟୁ, ସହର ଛାଡିବା ବେଳେ ଏୟାର ଷ୍ଟ୍ରାଇକର ହେଲେ ଶିକାର

ନୂଆଦିଲ୍ଲୀ: ଇତ୍ସାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ଆଠଦିନ ବିତିଗଲାଣି । ଏହାରି ମଧ୍ୟରେ ହମାସ ପକ୍ଷରୁ ଲେବନାନରୁ ପଠାଯାଇଥିବା ଦୁଇଟି ଡ୍ରୋନକୁ ଇସ୍ରାଏଲ ବାୟୁସେନା ପରାସ୍ତ କରିଛି । ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ ପାଇଁ ଗାଜା ପଟ୍ଟୀରେ ପ୍ରବେଶ କରିଛି । ମାନବୀୟ ମାମଲାରେ ଓସିଏଚଏ ଦାବି କରିଛି ଯେ, ଯୁଦ୍ଧଗ୍ରସ୍ତ ଗାଜାର ଉତ୍ତରାଞ୍ଚଳରେ ରହୁଥିବା ହଜାର ହଜାର ଲୋକେ ଦକ୍ଷିଣାଞ୍ଚଳକୁ ଚାଲିଯାଇଛନ୍ତି ବୋଲି କୁହାଯାଉଛି ।

ହମାସ ଏକ ପ୍ରେସ ବିଜ୍ଞପ୍ତିରେ ଦାବି କରି କହିଛି ଯେ, ଇସ୍ରାଏଲ ବାୟୁସେନା ଦ୍ୱାରା କରାଯାଉଥିବା ଏୟାରଷ୍ଟ୍ରାଇକରେ ଗାଜା ସହର ଛାଡି ପଳାୟନ କରୁଥିବା ଲୋକଙ୍କ ମଧ୍ୟରୁ ୭୦ ଜଣଙ୍କର ମୃତ୍ୟୁ ଘଟିଛି । ଯେଉଁଥିରେ ମହିଳା ଏବଂ ଶିଶୁ ଅନ୍ତର୍ଭୁକ୍ତ ଅଛନ୍ତି । ବର୍ତ୍ତମାନ ଇତ୍ସାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହାରି ମଧ୍ୟରେ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ୱେଷ୍ଟ ବ୍ୟାଙ୍କରେ ଶୁକ୍ରବାର ଦିନ ୧୬ ଜଣ ପାଲେଷ୍ଟାଇନୀୟଙ୍କୁ ହତ୍ୟା କରାଯାଇଛି ।

ଇସ୍ରାଏଲ ଏୟାରଫୋର୍ସ ଗାଜା ପଟ୍ଟୀରେ ହମାସ ଟାର୍ଗେଟ ଉପରେ ବୋମା ପକାଇବା ଜାରି ରଖିଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ ଶନିବାର ବା ୭ ଅକ୍ଟୋବରରେ ହମାସର ଆତଙ୍କବାଦୀ ଇସ୍ରାଏଲରେ ପ୍ରବେଶ କରି ବହୁ ସାଧାରଣ ଲୋକଙ୍କୁ ଜୀବନରୁ ମାରିଦେଇଥିଲେ । ତେବେ ଯୁଦ୍ଧର ଗୋଟିଏ ସପ୍ତାହ ମଧ୍ୟରେ ମୃତ୍ୟୁସଂଖ୍ୟା ୩,୨୦୦ରୁ ଅଧିକ ପାର କରିଛି । ଏଥିରେ ଇସ୍ରାଏଲର ମୃତ୍ୟୁ ସଂଖ୍ୟା ୧୩,୦୦ରୁ ଅଧିକ ବୋଲି କୁହାଯାଉଛି । ଗାଜା ପଟ୍ଟୀରେ ୧,୯୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.